ରାଜ୍ୟପାଳ ଅଭିଭାଷଣ ବେଳ କଟିଗଲା ବିଜୁଳି, ଇଞ୍ଜିନିୟର ସମେତ ୩ ନିଲମ୍ବିତ
ରାଜଧାନୀ ଲକ୍ଷ୍ନୌ ସ୍ଥିତ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସମୟରେ କରେଣ୍ଟ କଟିଯାଇଥିଲା। ରାଜ୍ୟପାଳ ଅଭିଭାଷଣ ରଖୁଥିବା ବେଳେ ହାଠାତ୍ ଚାଲିଗଲେ ବିଜୁଳି। ଫଳରେ ଇଞ୍ଜିନିୟର ସହ ୩ ଜଣ ନିଲମ୍ବିତ ଓ ଜଣଙ୍କୁ ବରଖାସ୍ତ କଲେ ରାଜ୍ୟ ସରକାର। ନିଲମ୍ବିତ କର୍ମଚାରୀମାନେ ହେଲେ ସଞ୍ଜୟ ପାସୱାନ,ଉପଖଣ୍ଡ ଅଧିକାରୀ ପୁଷ୍ପେଶ ଗିରି,ଜୁନିୟର ଇଞ୍ଜିନୟର ଅମର ରାଜଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସବଷ୍ଟେସନ ଅପରେଟର ଦୀପକ ଶର୍ମାଙ୍କୁ ବରଖାସ୍ତ କରାଯାଇଛି।
ଏଥିସହ ସବ୍ଷ୍ଟେସନ ଅପରେଟର ଦୀପକ ଶର୍ମାଙ୍କ ସେବାକୁ ସମାପ୍ତ କରାଯାଇଛି। ଟ୍ରାନ୍ସମିସନ ସବ୍ଡିଭିଜନ ମାର୍ଟିନପୋର୍ଭା ଲାଇନ ଟ୍ରିପ ହେବା ପରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଲାଇନ ଟ୍ରିପ୍ ହେବା ପରେ ବିଧାନସଭା ସମେତ ଆଖପାଖ ଅଞ୍ଚଳରେ କରେଣ୍ଟ ପଳାଇଯାଇଥିଲା। ପାଣିପାଗ ପରିବର୍ତ୍ତନ ଯୋଗୁ ସୋମବାର ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷା ସହ ଝଡ଼ ତୋଫାନ ହୋଇଥିଲା। ସେହିପରି ଉତ୍ତରାଖଣ୍ଡରେ ପାଣିପାଗ ଖରାପ ରହିଛି।
Powered by Froala Editor