ଭାରତର ରେଳଧାରଣା ଉଡ଼ାଇବାକୁ ‘ଆଇଏସ୍ଆଇ’ର ଯୋଜନା
ପଞ୍ଜାବ ଏବଂ ତା’ର ତା’ ଆଖପାଖରେ ଥିବା ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ପାକିସ୍ତାନର ‘ଇଣ୍ଟର୍-ସର୍ଭିସ୍ ଇଣ୍ଟେଲିଜେନ୍ସ୍’ ଯୋଜନା କରୁଛି। ଏନେଇ ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି ହେବା ପରେ ଚାରିଆଡେ ହାଇଅଲର୍ଟ କରାଯାଇଛି। ସମସ୍ତ ସେନା ଓ ପୁଲିସକୁ ଅଲର୍ଟ ରହିବାକୁ କୁହାଯାଇଛି।
ସତର୍କ ସୂଚନାରେ କୁହାଯାଇଛି, ‘ଆଇଏସ୍ଆଇ’ ଗୁଇନ୍ଦାମାନେ ପଞ୍ଜାବ ଏବଂ ତତ୍ସଂଲଗ୍ନ ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ଯୋଜନା କରିଛନ୍ତି। ମାଲ୍ବାହୀ ଟ୍ରେନ୍ ଯାଉଥିବା ଧାରଣାଗୁଡ଼ିକୁ ଉଡ଼ାଇ ଦେବାକୁ ଯୋଜନା କରାଯାଇଛି ବୋଲି ଭାରତର ଗୁଇନ୍ଦା ଏଜେନ୍ସି କହିଛି।
ଗୁଇନ୍ଦା ଏଜେନ୍ସି ଆହୁରି କହିଛି ଯେ, ରେଳଧାରଣା ଉଡ଼ାଇ ଦେବା ଲାଗି ଭାରତରେ ଥିବା ତା’ର ଗୁଇନ୍ଦାମାନଙ୍କୁ ‘ଆଇଏସ୍ଆଇ’ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଉଛି। ଏହାଛଡ଼ା, ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବା ଲାଗି ଭାରତରେ ଥିବା ପାକିସ୍ତାନର ସ୍ଲିପରସେଲ୍ଙ୍କୁ ବିପୁଳ ପରିମାଣରେ ଟଙ୍କା ମଧ୍ୟ ଦିଆଯାଉଛି।
Powered by Froala Editor