ଜାଣନ୍ତୁ ଅଶ୍ୱତଥ ଗଛର ଔଷଧୀୟ ଗୁଣ
ଆୟୂର୍ବେଦରେ ଏହି ଗଛକୁ ପବିତ୍ର ଓ ଜୀବନରକ୍ଷକ ମନାଯାଏ । ଅଶ୍ୱତ୍ଥ ଗଛକୁ ନିମ୍ବ ଗଛ ଭଳି ଔଷଧୀୟ ବୋଲି ଧରାଯାଏ । ଯଦି ଆପଣଙ୍କ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଅଶ୍ୱତ୍ଥ ଗଛର ଛେଲିକୁ ଶୁଖାଇ , ଏହାକୁ ଗୁଣ୍ଡ କରି ଖାଇବା ଦ୍ୱାରା ସବୁ ପ୍ରକାର ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ । ଏହା ସହିତ ପ୍ରତିଦିନ ଦୁଇଟି ଅଶ୍ୱତ୍ଥ ପତ୍ର ସେବନ କରିବା ଦ୍ୱାରା ଶରୀରରେ ଅକ୍ସିଜେନ ସାଚୁରେସନ ଲେବେଲ୍ ଠିକ୍ ରହିଥାଏ । ଅଶ୍ୱତ୍ଥ ଗଛର ପତ୍ରକୁ ଶୁଖାଇ ମିଶ୍ରି ସହିତ କାଢା ତିଆରି କରି ପିଇଲେ ଥଣ୍ଡା, ସର୍ଦ୍ଧିରୁ ମୁକ୍ତି ମିଳିଥାଏ ।
- ଅଶ୍ୱତ୍ଥପତ୍ରରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ଇମୁ୍ୟନିଟି ବଢାଇଥାଏ । ଏହି ପତ୍ରକୁ ଗୁଳୁଚି ଲତା ସହ ମିଶାଇ ଦିନକୁ ଦୁଇ ତିନି ଥର ସେବନ କରନ୍ତୁ ଏହା ଆପଣଙ୍କ ଇମୁ୍ୟନ ସିଷ୍ଟମକୁ ସୁଦୃଢ ରଖିବ ।
- ଏହା ଭୋକ ବଢାଇବାରେ ସାହାଯ୍ୟ କରିଥାଏ । ଏହି ପତ୍ରରେ କାର୍ବୋହାଇଡ୍ରେଟ, ପ୍ରୋଟିନ୍, ଫ୍ୟାଟ, ଫାଇବର, କ୍ୟାଲ୍ସିୟମ, ଆଇରନ ଓ ମ୍ୟାଗ୍ନେସିୟମ ତତ୍ତ୍ୱ ମହଜୁଦ ରହିଛି ।
- ଏହା ସମସ୍ତ ପ୍ରକାର ଦାନ୍ତ ସମସ୍ୟା ମଧ୍ୟ ଦୂର କରିଥାଏ । ଏହି ଗଛର ଦାନ୍ତକାଠିରେ ଦାନ୍ତ ଗସିବା ଦ୍ୱାରା ଦାନ୍ତ ମଜବୁତ ହେବା ସହ ସମସ୍ତ ଦାନ୍ତ ସମସ୍ୟା ଦୂର ହୋଇଥାଏ । ଏହା ଛଡା ଅଶ୍ୱତ୍ଥ ଗଛର ଛେଲି ସହିତ ଜୟୀନ୍ତା ଓ ୨ଗ୍ରାମ ମରିଚକୁ ପେଶି ଆପଣ ଟୁଥପେଷ୍ଟ ତିଆରି କରିପାରିବେ ।
- ଏହି ଗଛର ପତ୍ର ଶରୀରରେ ବିଷର ପରିମାଣ କମାଇବା ସହିତ ଶରୀରର କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିଥାଏ । ଯଦି କାହାକୁ ବିଷଧର ଜୀବଜନ୍ତୁ କାମୁଡି ଦେଇଥାନ୍ତି, ପାଖରେ ଡାକ୍ତର ମହଜୁଦ ନଥାନ୍ତି, ତେବେ ଅଶ୍ୱତ୍ଥ ରସ ପିଆଇବା ଦ୍ୱାରା ଶରୀରରୁ କିଛିକାଂଶରେ ବିଷର ପରିମାଣ କମିଥାଏ ।
.ଅଶ୍ୱତ୍ଥ ଗଛର ଛେଲିକୁ କିମ୍ବା ପତ୍ରକୁ ତ୍ୱଚାରେ ଲେପନ କଲେ ଏହା ତ୍ୱଚାର ରଙ୍ଗକୁ ଚମକାଇବାରେ ସାହାଯ୍ୟ କରିଥାଏ ।
.ଅଶ୍ୱତ୍ଥ ଗଛ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ । ଏହର କୋମଳ ପତ୍ରକୁ ନିୟମିତ ଚୋବାଇ ଖାଇଲେ ଏହା ଆପଣଙ୍କ ସ୍ଟ୍ରେସ୍ ଲେବେଲ କମାଇଥାଏ ଓ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।
Powered by Froala Editor