ମୋଦିଙ୍କୁ ‘ଭାରତ ମାତାର ସିଂହ’ କହିଲେ ଟୋକିଓବାସୀ
ଟୋକିଓ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଂଚିଛନ୍ତି । ଏହି ସମୟ ମଧ୍ୟରେ ଟୋକିଓରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । କ୍ୱାଡ ସମ୍ମିନଳୀରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି । ଏହା ସୋମବାର ଠାରୁ ଆରମ୍ଭ ହେଉଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହିତ ମୋଦୀ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ । କ୍ୱାଡ ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଆଲୋଚନା ହେବ ।
ଜାପାନରେ ପହଞ୍ଚିବା ପରେ ଜାପାନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଜୟ ଶ୍ରୀ ରାମର ସ୍ଲୋଗାନ ଦେଇଛନ୍ତି । ଏଥିସହ ଏହି ସମୟରେ ପିଏମ ମୋଦିଙ୍କୁ ଭାରତ ମାତାର ସିଂହ ବୋଲି ମଧ୍ୟ କହିଛନ୍ତି । ଲୋକମାନେ ହାତରେ ପୋଷ୍ଟର ଧରି ଠିଆ ହୋଇଥିଲେ । ସେଥିରେ ଲେଖା ଥିଲା ଯିଏ ୩୭୦ ରଦ୍ଧ କରିଛନ୍ତି ସେ ଟୋକିଓକୁ ଆସିଛନ୍ତି ।
Powered by Froala Editor