ସ୍କଟ ମୋରିସନ ପରାଜିତ, ଆନ୍ଥୋନୀ ଆଲବାନି ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜିତ ହୋଇଛନ୍ତି। ତାଙ୍କ ଦଳ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଉ ନଥିବାରୁ ଭୋଟରମାନେ ମୋରିସନଙ୍କ ବିରୋଧରେ ଆଜି ଭୋଟ ଦେଇଛନ୍ତି। ମୋରିସନ ମଧ୍ୟ ଜନମତକୁ ଗ୍ରହଣ କରି ଚୂଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି।
ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି ଆଗୁଆ ରହିଛି। ଅପରପକ୍ଷରେ ସ୍କଟ ମୋରିସନ ନିର୍ବାଚନରେ ପରାଜୟ ଗ୍ରହଣ କରିଛନ୍ତି ଏବଂ ବିରୋଧୀ ଦଳର ନେତା ଆନ୍ଥୋନି ଆଲବାନିଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରମିକ ନେତା ଆନ୍ଥୋନି ଆଲବାନିସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ହେବେ।
ମୋରିସନ ନିଜର ସମର୍ଥକମାନଙ୍କୁ ସମ୍ବୋଧନ କରି କହିଛନ୍ତି, “ଆଜି ରାତିରେ ମୁଁ ବିରୋଧୀ ଦଳର ନେତା ଓ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆନ୍ଥୋନୀଙ୍କ ସହ କଥା ହୋଇଛି। ଏଥିସହ ତାଙ୍କୁ ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି।” ଦୀର୍ଘ ୧୦ ବର୍ଷ ହେଲା ମୋରିସନଙ୍କ ଲିବେରାଲ ସେଣ୍ଟର-ରାଇଟ୍ ପାର୍ଟି ଅଷ୍ଟ୍ରେଲିଆରେ ଶାସନ କରି ଆସୁଥିଲା। କିନ୍ତୁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ବିରୋଧରେ ଲୋକମାନେ ବିକ୍ଷୋଭ କରିବା ସହ ମୋରିସନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏବେ ସେମାନେ ଭୋଟ ଦ୍ୱାରା ମୋରିସନଙ୍କୁ ଶାସନରୁ ହଟାଇ ଦେଇଛନ୍ତି।
ସେ କହିଛନ୍ତି ଯେ ଯଦିଓ ଆମେ ଏହି ନିର୍ବାଚନରେ ହାରିଛନ୍ତି କିନ୍ତୁ ଆଗାମୀ ନିର୍ବାଚନରେ ପୁଣି ଥରେ ସେ ନିଜ ଦଳର ନୀତି ସହିତ ଜନସାଧାରଣଙ୍କ ନିକଟକୁ ଯିବେ ଏବଂ ମୋରିସନ୍ ନିଶ୍ଚିତ ଅଛନ୍ତି ଯେ ଲୋକମାନେ ତାଙ୍କ ଦଳକୁ ପୁଣି ବିଜୟୀ କରିବେ।
Powered by Froala Editor