କଲରାପତରିଆ ବାଘର ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। କର୍ଣ୍ଣପୁଟ ବିଟର କୋଇ ରିଜର୍ଭ ଫରେଷ୍ଟରେ ଏକ ବାଘର ଗଳିତ ମୃତଦେହ ଠାବ କରାଯାଇଛି। ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି। ବାଘର ମୃତ୍ୟୁ ପ୍ରାୟ ୪ ଦିନ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Powered by Froala Editor