ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କ୍ରୁଜର । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଧରୱାଡ ତାଲୁକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ଯାହା ସୂଚନା ରହିଛି, ଗାଡିରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସେମାନେ ଏକ ନିର୍ବନ୍ଧ ସମାରୋହରେ ଯୋଗ ଦେଇ ଫେରୁଥିଲେ । ଏହି ସମୟରେ ବାଟରେ ତାଙ୍କ ଗାଡିଟି ରାସ୍ତାକଡ ଏକ ଗଛରେ ପିଟି ହୋଇଯାଇଥିଲା ।
ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇ ଜଣ ନାବାଳକ ରହିଛନ୍ତି । ଏଥିରେ ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧରୱାଡ ଗ୍ରାମାଞ୍ଚଳ ଥାନା ଠାରୁ କିଛି ଦୂରରେ ଦୁର୍ଘଟଣା ଘଟିଛି । ଗାଡିର ବେଗ ଖୁବ୍ ଅଧିକ ଥିବା ଯୋଗୁଁ ଗଛରେ ପିଟି ହେବାପରେ ୭ ଜଣଙ୍କ ଜୀବନ ଚାଲି ଯାଇଛି ।
Powered by Froala Editor