କାନ୍ଥ ଭୁଶୁଡି ନାବାଳକ ମୃତ
ଭୁବନେଶ୍ୱର: ମୃତ୍ୟୁ କେତେବେଳେ କାହୁକୁ ଅପେକ୍ଷା କରିଥାଏ, ତାହା କହିହେବ ନାହିଁ । ମୃତୁ୍ୟ ଦେଖେନି ସମୟ, ବୟସ ଓ ଆବେଗ । ଶୋଇଥିବାବେଳେ କାନ୍ଥ ଭୁଶୁଡିବାରୁ ନାବାଳକ ମୃତୁ୍ୟ ବରଣ କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟାଉନ ଥାନା ଗେଟ୍ ବଜାରର କେନାଲସାହିରେ ।
ସୂଚନା ଅନୁସାରେ ନୂଆ ନିର୍ମାଣ ପାଇଁ ଘର ଗୋଟିଏ ପଟ ଭାଙ୍ଗି ଅନ୍ୟପଟରେ ପରିବାର ଲୋକ ରହିଥିଲେ । ଗତକାଲି ବିଳମ୍ବିତ ରାତିରେ ନାବାଳକଟି ଶୋଇଥିବା ସମୟରେ ହଠାତ୍ ଘରର କାନ୍ଥ ଭୁଶୁଡି ପଡି ତା’ଉପରେ ପଡିଥିଲା । ଦୁର୍ଭାଗ୍ୟବଶତଃ କାନ୍ଥ ତଳେ ନାବାଳକଟି ଚାପି ହୋଇ ରହିଯାଇଥିଲା । ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ପରେ ନାବାଳକକୁ ଭୁଶୁଡି ପଡିଥିବା କାନ୍ଥ ତଳୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ନାବାଳକଟିର ମୃତୁ୍ୟ ହୋଇସାରିଥିଲା । ନିଜ ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor