ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଇନଫୋସିସ୍ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନନ୍ଦନକାନନ ଥାନା ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ। ତାଙ୍କୁ ୨୨ ବର୍ଷ ହୋଇଥିଲା।
ବୁଧବାର ରାତିରେ ଦୁର୍ବୃତ୍ତମାନେ ଅବିନାଶଙ୍କୁ ନନ୍ଦନକାନନ ଅଞ୍ଚଳରେ ହତ୍ୟା କରିଥିଲେ। ପରେ ଶିଖରଚଣ୍ଡୀ ପାହାଡ଼ ତଳୁକୁ ଆଣି ତାଙ୍କୁ ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ। ଆଜି ସକାଳେ ଅବିନାଶଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଏହି ହତ୍ୟାକାଣ୍ଡ ପଛରେ ଏକାଧିକ ଲୋକ ସାମିଲ ପୁଲିସ ସନ୍ଦେହ କରୁଛି। ତେବେ ଅବିନାଶଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣା ପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor