ଗଣଶିକ୍ଷା ବିଭାଗକୁ ଚିଠି: ସ୍କୁଲ ସମୟ ବଢ଼ାଅ
ଡେସ୍କ: ପାଗରେ ପରିବର୍ତନ ଘଟିଥିବାରୁ ଏବଂ ଦିନ ତାପମାତ୍ରା ହ୍ରାସ ପାଇଥିବାରୁ ରାଜ୍ୟରେ ପିଲାଙ୍କ ପାଠପଢ଼ା ସମୟକୁ ବୃଦ୍ଧି କରିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଣଶିକ୍ଷା ବିଭାଗକୁ କହିଛନ୍ତି। ଗତ ମେ’ ୨ ତାରିଖରୁ ସ୍କୁଲ୍ ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ୟ୍ୟନ୍ତ ଚାଲୁଛି। ତେବେ ପାଗରେ ପରିବର୍ତନ ଆସିଥିବାରୁ ପାଠପଢ଼଼ା ସମୟକୁ ଦିନ ୧୦ଟା ପର୍ୟ୍ୟନ୍ତ ବଢ଼଼ାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।
ଏପ୍ରିଲ ମାସରେ ଅସମ୍ଭାଳ ତାତି ହେବାରୁ ପ୍ରଥମେ କିଛି ଦିନ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତା’ପରେ ମେ’ ୨ରୁ ସ୍କୁଲ୍ ଗୁଡ଼ିକୁ ୬ଟାରୁ ୯ଟା ପର୍ୟ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏବେ ପାଣିପାଗରେ ପରିବର୍ତନ ଘଟିଥିବାରୁ ଓ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଥିବାରୁ ସ୍କୁଲର ପାଠପଢ଼଼ା ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି।
Powered by Froala Editor