ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅର ଜୀବନ
ଦେବଗଡ: ମଦ ପାଇଁ ସବୁ ନାଟ । ମଦ ଉଜାଡି ଦେଉଛି ସୁନାର ସଂସାର । ମଦ ନିଶାରେ କିଛି ଲୋକ ନିଜର ହିତାହିତ୍ୟ ଜ୍ଞାନ ହରାଇ ବସୁଛନ୍ତି । ନିକଟରେ ମଦ ପିଇ ସ୍ୱାମୀ ସ୍ତ୍ରୀ’କୁ ମାରାଣାସ୍ତ୍ରରେ ହତ୍ୟା କରି ଦେଇଥିଲା, ନିଶା ଖସିଲା ପରେ ସ୍ତ୍ରୀ’କୁ ମାରିଦେଇଥିବା ଅଦନୁତାପ କରି ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା ।
ତେବେ ଆଜି ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମଦ ନିଶାରେ ନିଶାସକ୍ତ ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଚାଲିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରକୋଟ ଥାନା ଅନନ୍ତପିଛୁଳା ଗାଁ’ରେ ।
ସୂଚନା ଅନୁସାରେ ବାପା ଘରକୁ ମଦ ପିଇ ଆସିଥିବାବେଳେ ବାପା ଓ ପୁଅଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏହି ସାମାନ୍ୟ ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ବାପା ରାଗିଯାଇ ପୁଅକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଓ ଘଟଣାସ୍ଥଳରେ ହିଁ ପୁଅର ଜୀବନ ଚାଲିଯାଇଥିଲା । ଏହାପରେ ଅଭିଯୁକ୍ତ ବାପା ନିଜେ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ଏଭଳି ଏକ ଦୁଃଖଦ ଘଟଣା ପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor