ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୃତ୍ତ
କଟକ: ସିଲଭର ସିଟିରେ ହତ୍ୟା ! ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୃତ୍ତ । ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ନିକଟରୁ ମିଳିଲା ଯୁବତୀଙ୍କ ମୃତଦେହ । ଘଟଣାସ୍ଥଳରେ ବିଡାନାସି ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ତେବେ,ମୃତକଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କିଏ ଏବଂ କାହିଁକି ଯୁବତୀଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ କରୁଛି ପୋଲିସ । ତେବେ ଯୁବତୀଙ୍କ ନିକଟରେ ଏକ ବିଅର ବୋତଲ ପଡିଥିବା ଦେଖିବାକୁ ମିଳିଛି ।
Powered by Froala Editor