ବ୍ରଜରାଜନଗରରେ କେଉଁ ବିଜେଡ଼ି ନେତାଙ୍କୁ କେଉଁ ଦାୟିତ୍ୱ ?
ଭୁବନେଶ୍ୱର : କୌଣସି ବି ଉପନିର୍ବାଚନକୁ ବିଜୁ ଜନତା ଦଳ ଖାମଖିଆଲି ଭାବେ ଗ୍ରହଣ କରେନାହିଁ । ଠିକ ସେମିତି ଏବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତିକ ମାହୋଲ ସରଗରମ ହୋଇଯାଇଥିବାବେଳେ ବିପୁଳ ଭୋଟରେ ବାଜିମାତ କରିବା ପାଇଁ ବିଜୁ ଜନତା ଦଳ ରଣନୀତି କରିଛି । ଅନ୍ୟ ଉପନିର୍ବାଚନଗୁଡ଼ିକ ଭଳି ଏହି ନିର୍ବାଚନ ପାଇଁ ବି ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ଏଥିପାଇଁ ଗଠିତ କେନ୍ଦ୍ରୀୟ ଟିମରେ ରହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ମନ୍ତ୍ରୀ ଅରୁଣ ସାହୁ । ସେହିପରି ନିର୍ବାଚନମଣ୍ଡଳୀର ସମ୍ପୂର୍ଣ୍ଣ ଦାୟିତ୍ୱ ମନ୍ତ୍ରୀ ନବକିଶୋର ଦାସ, ପର୍ଯ୍ୟବେକ୍ଷକ ସୁବାସ ସିଂ ଏବଂ ସହପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କୋଡ଼ିଆଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ବ୍ରଜରାଜନଗର ପୌର ପରିଷଦ ଦାୟିତ୍ୱରେ ରହିଛନ୍ତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଶ୍ୱନାଥ ନାଏକ ଓ ଜୟନ୍ତ ଦୀକ୍ଷିତ । ଏହାଛଡ଼ା ବେଲପାହାଡ଼ ପୌର ପରିଷଦ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।
ଜିଲ୍ଲା ପରିଷଦ ଜୋନ ୧ ଦାୟିତ୍ୱରେ ଚନ୍ଦ୍ରସାରଥି ବେହେରା, ପ୍ରୀତିରଞ୍ଜନ ଘଡେ଼ଇ, ରାଜେନ୍ଦ୍ର ଢେ଼ାଲକିଆ, ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରୋହିତ ପୂଜାରୀ ରହିଥିବାବେଳେ ଜୋନ ୨ ଦାୟିତ୍ୱରେ ରହିଛନ୍ତି ବିଧାୟକ ପ୍ରଶାନ୍ତ ବେହେରା, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ପ୍ରଦୀପ କୁମାର ଦିଶାରୀ, କିଶୋର ନାଏକ ।
ଅପରପକ୍ଷରେ ଜୋନ ୩ ଦାୟିତ୍ୱରେ ବିଧାୟକ ସରୋଜ ମେହେର, ଯୋଗେଶ ସିଂ, ସୌଭାଗ୍ୟ ନାୟକ, ମୁକେଶ ପାଲ, ଗୌତମ ବୁଦ୍ଧ, ମିହିର ରାୟ, ମନ୍ତ୍ରୀ ସମୀର ଦାସ ରହିଛନ୍ତି । ଝାରସୁଗୁଡ଼ା ବ୍ଲକର ୫ଟି ପଂଚାୟତ ପାଇଁ ସାଂସଦ ସୁଜିତ କୁମାର, ନଳିନୀ ପ୍ରଧାନ, ନନ୍ଦକିଶୋର ଅଗ୍ରୱାଲ ଦାୟିତ୍ୱରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ସନତ ସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ଅଶୋକ ମହାନ୍ତି ଓ ରବିରତ୍ନ ପ୍ରଧାନ ମଧ୍ୟ ଦାୟିତ୍ୱରେ ଅଛନ୍ତି ।
Powered by Froala Editor