Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ...

  • ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ...

  • ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ ...

  • ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ...

  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

ବିଶେଷ
Home ›› ବିଶେଷ ››ପିଲାମାନେ ରାଗନ୍ତି କାହିଁକି? ଜାଣନ୍ତୁ କାରଣ

ପିଲାମାନେ ରାଗନ୍ତି କାହିଁକି? ଜାଣନ୍ତୁ କାରଣ

2022-05-17 03:33:44
15222
Share:
Facebook
Twitter
E-Mail
WhatsApp
Telegram
ପିଲାମାନେ ରାଗନ୍ତି କାହିଁକି? ଜାଣନ୍ତୁ କାରଣ

କେତେକ ପିଲା ଛୋଟ ବେଳୁ ଛୋଟ-ଛୋଟ କଥାରେ ଖୁବ୍‌ ରାଗିଯାଇଥାନ୍ତି । ସେମାନେ ନିଜ ପରିବାର ସହ ମଧ୍ୟ ଭଲରେ କଥାବାର୍ତ୍ତା କରି ନଥାନ୍ତି କିମ୍ବା ଭଲ ବ୍ୟବହାର ନ କରୁଥିବା ଦେଖିବାକୁ ମିଳିଥାଏ । ସେ ଛୋଟ ଛୋଟ କଥାରେ ଚିଡ୍‌ଚିଡା ବ୍ୟବହାର କରିଥାନ୍ତି । ପ୍ରାୟତଃ ପିଲା କିଛି ନୂଆ ଜିନିଷ ପାଇବା ଲୋଭରେ ରାଗ ପ୍ରକଟ କରିଥାନ୍ତି । ଏହିପରି ପିଲାଙ୍କ ରାଗ ପଛରେ ଅନେକ କାରଣ ରହିଛି, ତାହା ବ୍ୟବହାରିକ, ମାନସିକ ତଥା ଶାରିରୀକ ମଧ୍ୟ ହୋଇପାରେ । ତେବେ କାରଣ କ’ଣ ହୋଇପାରେ ଚାଲନ୍ତୁ ଜାଣିବା ବିଶେଷଜ୍ଞଠାରୁ

ଅନେକ ସମୟରେ ଅଭିଭାବକ ପିଲାଙ୍କ ରାଗକୁ ସେମାନଙ୍କ ଜିଦି ବୋଲି ଧରି ନେଇ ଅବହେଳା କରିଥାନ୍ତି । ଭଲ ଅଭିଭାବକ ଭାବେ ଆପଣ ଏମିତି କରିବା ଉଚିତ୍‌ ନୁହେଁ । ପିଲାର ରାଗ ପଛରେ ଥିବା କାରଣ ନ ଜାଣି ତାକୁ ଅବହେଳା କରିବା ଅନୁଚିତ୍‌ । କାରଣ ଏହା ପିଲାର ସ୍ୱାସ୍ଥ୍ୟ ଓ ମନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ ପ୍ରଥମେ ରାଗ ପଛର କାରଣ ଜାଣନ୍ତୁ । ତା’ ପରେ ପିଲାର ରାଗକୁ ନିୟନ୍ତ୍ରିତ କରିବା ପାଇଁ ବାଟ ବାହାର କରନ୍ତୁ ।

ପିଲାଙ୍କ ରାଗର କାରଣ ନିଜ କଥାକୁ ମନାଇବା ପିଲାମାନେ ଅଭିଭାବକଙ୍କୁ ନିଜକଥା ମନାଇବା ପାଇଁ ଅନେକ ପ୍ରକାରର ବାହାନା ଖୋଜିଥାନ୍ତି। ସେଥିପାଇଁ କେବେ କେବେ ରାଗିବା ସହ ନ ଖାଇବାର ଧମକ ଦେଇଥାନ୍ତି । କାରଣ ହେଲା ଏପରି କରିବା ଦ୍ୱାରା ଅଭିଭାବକ ସେମାନଙ୍କ ଜିଦି ମାନି ନେଇଥାନ୍ତି । ଏମିତି କେତେକ ସମୟରେ ରାଗିବା ଦ୍ୱାରା ଘରେ ବିଭିନ୍ନ ଜିନିଷ ଭଙ୍ଗାରୁଜା କରିବା ସହ ସ୍କୁଲ ମଧ୍ୟ ଯାଇ ନଥାନ୍ତି । ସେମାନେ ମୁଖ୍ୟତଃ କିଛି ନୂଆ ଜିନିଷ କିଣିବା, ବୁଲିବାକୁ ଯିବା ଓ ସାଙ୍ଗ ଘରକୁ ଯାଇ ଖେଳିବା ଆଦି ପାଇଁ ଜିଦି କରି ବସନ୍ତି ।

ଘର ପରିବର୍ତ୍ତନ କଲେ
କିଛି ପିଲା ପରିବର୍ତ୍ତନକୁ ସହଜରେ ସ୍ୱୀକାର କରି ପାରି ନଥାନ୍ତି । ଆପଣ ଅନେକ ସମୟରେ ଦେଖିଥିବା କିଛି ପିଲା ଘର ପରିବର୍ତ୍ତନ କିମ୍ବା ନୂଆ ଜାଗାକୁ ଗଲେ ସେଠାରେ ନୂଆ ସାଙ୍ଗସାଥୀ କରିବା କଷ୍ଟ ହୋଇଥାଏ । ଫଳରେ ସେମାନେ ନିଜ ପୁରୁଣା ସାଙ୍ଗମାନଙ୍କୁ ମିସ୍‌ କରିଥାନ୍ତି । ଏହି ସ୍ଥିତିରେ ସେମାନେ ଉଦାସ ରହିବା ସହ ବାପାମା’ଙ୍କ ଉପରେ ନିଜର ରାଗ ପ୍ରକଟ କରିଥାନ୍ତି । ଏହି ରାଗ ତାଙ୍କ ଭିତରେ ସାଙ୍ଗମାନଙ୍କୁ ଛାଡ଼ିବା ଓ ନୂଆ ଜାଗାକୁ ଯିବା ଯୋଗୁ ହୋଇଥାଏ । ଅବଶ୍ୟ ନୂଆ ଜାଗାରେ କିଛିଦିନ ଖାଇପଖୁଆଇ ନେବା ପରେ ସାଙ୍ଗସାଥୀ ମିଳିବା ଦ୍ୱାରା ସେମାନେ ଆପେ ଆପେ ଠିକ୍‌ ହୋଇଯାଇଥାନ୍ତି ।

ରାଗିବା ସ୍ୱଭାବ ବୟସ ବଢିବା ସହ ପିଲାଙ୍କ ଭିତରେ ବହୁ ପରିବର୍ତ୍ତନ ଆସିଥାଏ । ଅନେକ ସମୟରେ ପିଲାଙ୍କ ସ୍ୱଭାବରେ ପରିବର୍ତ୍ତନ ସାଙ୍ଗସାଥୀ, ପରିବେଶ ଓ ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁ ହୋଇଥାଏ । ବିପରୀତ ପରିସ୍ଥିତି ଯୋଗୁ ସେମାନଙ୍କ ସ୍ୱଭାବରେ ଜିଦି ଓ ରାଗ ଆସିଥାଏ ।

ତାନ୍ତ୍ରିକ ତନ୍ତ୍ର ସମ୍ବନ୍ଧୀୟ ସମସ୍ୟା ଅନେକ ସମୟରେ ନ୍ୟୁରୋଲୋଜିକାଲ୍‌ ଡିସ୍‌ଅର୍ଡର କାରଣରୁ ପିଲାଙ୍କ ଭିତରେ ରାଗ ଆସିଥାଏ । କିନ୍ତୁ ଅଭିଭାବକ ପିଲାଙ୍କ ଏହି ସମସ୍ୟାକୁ ବୁଝିପାରି ନଥାନ୍ତି । ସେହିପରି ପିଲାଙ୍କ ରାଗର କାରଣ ଅଟିଜିମ୍‌, ଏସ୍ପଗର୍‌ ସିଣ୍ଡ୍ରୋମ୍‌ ଓ ଟୋରେଟ୍‌ ସିଣ୍ଡ୍ରୋମ୍‌ ଆଦି ମଧ୍ୟ ହୋଇପାରେ । ଏଭଳି ସମସ୍ୟା ଥିଲେ ପିଲାର ମୁଣ୍ଡରେ ଯନ୍ତ୍ରଣା ହେବା ସହ ମନ ଅଥୟ ହୋଇଥାଏ ।

ବଂଶାନୁକ୍ରମି ଗୁଣ ଥାଇପାରେ କେତେକ କ୍ଷେତ୍ରରେ ଅଭିଭାବକ ଯଦି ଅଧିକ ରାଗି ସ୍ୱଭାବର ହୋଇଥାନ୍ତି, ସେମାନଙ୍କ ପିଲାମାନେ ମଧ୍ୟ ରାଗି ହୋଇପାରନ୍ତି । ସେହି ପିଲାମାନେ ପ୍ରତିଟି ଛୋଟ ଛୋଟ କଥାରେ କ୍ରୋଧ ପ୍ରକାଶ କରିଥାନ୍ତି । ବାପାମା’ ଜଣେ କେହି ରାଗି ହୋଇଥିଲେ ପିଲାମାନେ ସେହି ଗୁଣକୁ ବଂଶାନୁକ୍ରମିକ ଭାବେ ଗ୍ରହଣ କରିଥାଇପାରନ୍ତି ।

କେମିତି ନିୟନ୍ତ୍ରଣ କରିବେ ପିଲାର କ୍ରୋଧ
ଅଭିଭାବକ ପ୍ରଥମେ ରାଗର କାରଣ ଖୋଜିବା ସହ ତା’ ବ୍ୟବହାରକୁ ସୁହାଇବା ଭଳି ଅନୁରୂପ ବ୍ୟବହାର କରିବା ଉଚିତ୍‌ ।
ଯଦି ପିଲାଟି ବିନା କାରଣରେ ରାଗିଥାଏ । ତେବେ କିଛି ସମୟ ପାଇଁ ତାକୁ ଏକା ଛାଡ଼ି ଦିଅନ୍ତୁ ।
ଯଦି ଘର ପରିବର୍ତ୍ତନ ବା ସାଙ୍ଗମାନଙ୍କଠାରୁ ଦୂରେଇବା ଯୋଗୁ ପିଲାଟି ରାଗୁଥାଏ ବା ଜିଦି କରୁଥାଏ । ତେବେ ପିଲାଟିକୁ ଟିକେ ଅଧିକ ସ୍ନେହ ସହ ନୂଆ ସାଙ୍ଗ କରିବାରେ ସାହାଯ୍ୟ କରନ୍ତୁ ।
ପିଲାଙ୍କୁ କେବେ ବି ମାରନ୍ତୁ ନାହିଁ । ମାରିବା ଦ୍ୱାରା ସେ ଅଧିକ ଚିଡ୍‌ଚିଡା ହୋଇପାରେ ।

Powered by Froala Editor

Tags Anger

Related articles Odisha News Lens 4.1

  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15660
    Nov 18, 2025
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା
    ବିଶେଷ

    ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14388
    Nov 19, 2025
  • ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି
    ଦେଶ-ଦେଶାନ୍ତର

    ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି

    14743
    Nov 19, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14427
    Nov 18, 2025
  • ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ
    ଦେଶ-ଦେଶାନ୍ତର

    ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ

    14422
    Nov 19, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13686
    Nov 18, 2025
  • ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା
    ଦେଶ-ଦେଶାନ୍ତର

    ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା

    13731
    Nov 19, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14939
    Nov 18, 2025
  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13912
    Nov 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା

    13731
    Nov 19, 2025
  • ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14737
    Nov 18, 2025
  • ଦେଶ-ଦେଶାନ୍ତର

    ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି

    14743
    Nov 19, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14388
    Nov 19, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14369
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16150
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15166
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14441
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14724
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14315
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14939
    Nov 18, 2025
  • ଅସ୍ତ୍ର ଛାଡି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କଲେ ଭୂପତି

    14743
    Nov 19, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13686
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In