ଲସ୍କର କମାଣ୍ଡର ସମେତ ଦୁଇ ଜଣଙ୍କୁ ଏନକାଉଣ୍ଟର
ଜମ୍ମୁ କାଶ୍ମୀରରେ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ୨ ଆତଙ୍କବାଦୀଙ୍କୁ ସେନା ଗୁଳି କରି ମାରିଛି । ଏହି ଆତଙ୍କବାଦୀ ଏକ ଗାଁରେ ଛପିଥିବା ନେଇ ସୂଚନା ମିଳିଥିଲା । ଯାହାପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଅଞ୍ଚଳକୁ ଘେରିଯିବା ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା । କିଛି ଘଣ୍ଟା ଧରି ଉଭୟ ପକ୍ଷରୁ ଫାୟାରିଂ ପରେ ଲସ୍କର ଏ ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ଠାରୁ ଏକେ-୪୭, ଗୋଟିଏ ପିସ୍ତଲ ଓ ଗ୍ରେନେଡ୍ ମିଳିଛି । ନିହତ ଆତଙ୍କବାଦୀ ମଧ୍ୟରୁ ହାଇଦର ପାକିସ୍ତାନର ବୋଲି ଜଣାପଡ଼ିଛି । ଯିଏ କି ଲସ୍କରର କମାଣ୍ଡର ଥିଲା । ସୁରକ୍ଷାକର୍ମୀ ଦିର୍ଘ ଦିନରୁ ହାଇଦରକୁ ଖୋଜୁଥିଲେ । ସେନା ପାଇଁ ହାଇଦର ମୋଷ୍ଟ ୱାଣ୍ଟେଡ ଥିଲା । ନିହତ ଆଉ ଜଣେ ଆତଙ୍କବାଦୀ ହେଉଛି ଶହବାଜ ଶାହ । ଯିଏ କି କାଶ୍ମୀରର । ଶହବାଜ କିଛିଦିନ ତଳେ କୁଲଗାମରେ ଜଣେ ସାଧାରଣ ଲୋକକୁ ଗୁଳି କରି ହତ୍ୟା କରିଥିଲା ।
ଅନ୍ୟପଟେ ଜମ୍ମୁ ଓ କାଶ୍ମୀରରେ ଦୁଇ ଜଣ ଆତଙ୍କବାଦୀ ଅବିଦ୍ ଅଲ୍ଲି ଓ ଫୈଜଲ୍ ହାସାନ୍ ପାରେଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ଜଣ ସନ୍ତ୍ରାସବାଦୀ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଙ୍ଗଠନ ପାଇଁ କାମ କରୁଥିବା ଜଣାପଡିଛି। ସେମାନଙ୍କ ନିକଟରୁ କେତେକ ଆପତ୍ତିଜନକ କାଗଜପତ୍ର, ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି।
ପୁଲିସ୍ ସୂଚନା ମୁତାବକ, ବାନ୍ଦିପୋରାରୁ ଶ୍ରୀନଗର ଆଡ଼କୁ କେତେକ ଆତଙ୍କବାଦୀ ଯାଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲସ ବାହିନୀ ଏବଂ ସିଆରପିଏଫ୍ର ତୃତୀୟ ବାଟାଲିୟନ୍ ଉଲୁର ଭାଣ୍ଟେଜ୍ ଅର୍ଗନ୍ଠାରେ ଏକ ଯୁଗ୍ମ ଯାଞ୍ଚ୍ ଘାଟି ସ୍ଥାପନ କରିଥିଲା। ବ୍ୟକ୍ତିମାନଙ୍କୁ ଯାଞ୍ଚ୍ କଲାବେଳେ ଗୋଟିଏ କାରରେ ଯାଉଥିବା ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରାଯାଇଥିଲା।

Powered by Froala Editor