ଆମେରିକୀୟ ଏୟାରବେସ୍କୁ ବଡ଼ ଧରଣର ଆକ୍ରମଣ
ଫେବୃଆରୀ ୨୮ରୁ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି । ସାଉଦି ଆରବରେ ଥିବା ଆମେରିକୀୟ ଏୟାରବେସ୍କୁ ଟାର୍ଗେଟ୍ କରି ଇରାନ କରିଛି ବଡ଼ ଧରଣର ଆକ୍ରମଣ । ଶୁକ୍ରବାର ଇରାନ ପକ୍ଷରୁ ହୋଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ରେ ଆମେରିକାର କମାଣ୍ଡ ଏବଂ କଣ୍ଟ୍ରୋଲ୍ ବିମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଇରାନ ଦ୍ୱାରା ଜାରି କରାଯାଇଥିବା ଚିତ୍ରରେ ଦେଖିବାକୁ ମିଳିଛି ଯେ, ବିମାନଟିର ମଧ୍ୟଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କେବଳ ଆଗ ଏବଂ ପଛ ଅଂଶ ବାକି ରହିଛି ।
ୟୁଏସ ସେଣ୍ଟ୍ରାଲ କମାଣ୍ଡ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ । କିନ୍ତୁ ହମଲାରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି । ଏହାସହ ଅନେକ ଇନ୍ଧନ ଭରୁଥିବା ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ଏବଂ ସୁରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ ଏହି ସଂଘର୍ଷ ତୀବ୍ର ହୋଇଛି ।
Powered by Froala Editor