ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ
ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ପଦ୍ମଭୂଷଣ ଡକ୍ଟର ବିଜୟପତ ସିଂଘାନିଆଙ୍କର ପରଲୋକ ଘଟିଛି । ଶନିବାର ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ୨ବୟସ ହୋଇଥିଲା । ତାଙ୍କ ପୁଅ ତଥା ବର୍ତ୍ତମାନର ଅଧ୍ୟକ୍ଷ ଗୌତମ ସିଂଘାନିଆ ବାପାଙ୍କ ପରଲାକ ଖବର ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ରିପ୍ ଓମ୍ ଶାନ୍ତି ।
ସିଂଘାନିଆ ୧୯୮୦ ରୁ ୨୦୧୫ ପର୍ଯ୍ୟନ୍ତ ରେମଣ୍ଡକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିଥିଲେ । ତାଙ୍କ ନେତୃତ୍ୱରେ କମ୍ପାନୀ \"\"କମ୍ପ୍ଲିଟ୍ ମ୍ୟାନ୍\'\' ବ୍ରାଣ୍ଡ ପ୍ରତିଷ୍ଠା କରିଥିଲା । ପ୍ରିମିୟମ୍ ସୁଟିଂ କପଡ଼ାରୁ ଡେନିମ୍, ସିମେଣ୍ଟ ଏବଂ ଷ୍ଟିଲ୍ ପର୍ଯ୍ୟନ୍ତ ବିବିଧତା ଆଣିଥିଲା । ସେ ଓମାନରେ ପ୍ରଥମ ବିଦେଶୀ ଶା\'ରୁମ୍ ଖାଲି ଭାରତୀୟ ବସ୍ତ୍ରକୁ ଆନ୍ତର୍ଜାତୀୟ ସ୍ତରରେ ଲଞ୍ଚ କରିଥିଲେ । ସିଂଘାନିଆ ସାରା ଜୀବନ କଠିନ ପରିଶ୍ରମ କରି ରେମଣ୍ଡ ଲିମିଟେଡକୁ ଉଚ୍ଚ ସ୍ତରରେ ପହଞ୍ଚାଇଥିଲେ ।
Powered by Froala Editor