ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍
ନୂଆଦିଲ୍ଲୀ: ଦିଲ୍ଲୀରେ ସୁରକ୍ଷା ଏଜେନ୍ସିକୁ ବଡ ସଫଳତା ମିଳିଛି। ଦିଲ୍ଲୀ ପୁଲିସ୍ର ସ୍ପେଶାଲ୍ ସେଲ୍ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଦିଲ୍ଲୀ ସୀମାରୁ ଶବିର ଅହମ୍ମଦ ଲୋନ୍ ନାମକ ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଶବିର ବାଂଲାଦେଶରେ ରହି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନିର୍ଦ୍ଦେଶରେ ନୂତନ ମଡ୍ୟୁଲ୍ ପ୍ରସ୍ତୁତ କରୁଥିଲା। ତଦନ୍ତ ଏଜେନ୍ସିଗୁଡ଼ିକ ତାଙ୍କୁ ପଚରାଉଚରା କରୁଛନ୍ତି। ତାଙ୍କୁ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସେଲ୍/ଏନଡିଆର ଟିମ୍ ଗିରଫ କରିଛି।
Powered by Froala Editor