୯ ବିଜେଡି କାଉନସିଲର ସମୂହ ଇସ୍ତଫା
କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଦେଇଛନ୍ତି । ସେମାନେ ହେଲେ ବରାଦା ପ୍ରସନ୍ନ ଦାସ ଉପାଧ୍ୟକ୍ଷ, ଶରତ କୁମାର ସାହୁ (୧ ନମ୍ବର), ଅଭିନାଶ ମିଶ୍ର ( ୭), ଦୟାନିଧି ପାତ୍ର (୮), ପଦ୍ମିନୀ ପାତ୍ର (୧୦), ଭଗବାନ ନାଏକ(୧୫), ସବିତା ପଟ୍ଟନାୟକ( ୧୬), ହେମନ୍ତ କୁମାର ପତି( ୨୧) ଓ କରୁଣା କର ମାରାଣ୍ଡି (୧୨) । ସେହିପରି ସାଧାରଣ ସମ୍ପାଦକ ପଦରୁ ଶୁଭେନ୍ଦ୍ର ପଟ୍ଟନାୟକ, ବରାଦା ଦାସ, ଶରତ ସାହୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ସେମାନେ ବିଜେଡି ଛାଡ଼ି ବିଜେପିକୁ ଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ଦଳରେ ସାମୟିକ ପ୍ରଭାବ ରହିଛି କିନ୍ତୁ ଦୀର୍ଘକାଳୀନ ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି । ଅନ୍ୟ କାଉନସିଲରମାନେ କେନ୍ଦୁଝରରେ ଅଛନ୍ତି ବୋଲି କହିଛନ୍ତି । ଫଳରେ କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା ଲାଗିଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଗୋଟିଏ ଧାଡିରେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେଡି ସଭାପତିଙ୍କୁ ପ୍ରଦାନ କରି ବ୍ୟକ୍ତିଗତ କାରଣ ଯୋଗୁ ଦଳର ପ୍ରାଥମିକ ସଦସ୍ୟତା ଛାଡୁଥିବା ଜଣାଇଛନ୍ତି । ଏହି ଘଟଣା ବିଜେଡି ଶିବିରକୁ ଶକ୍ତ ଧକ୍କା ହୋଇଥିବା ବେଳେ ବରିଷ୍ଠ ନେତାମାନେ କୌଣସି ପ୍ରକାରରେ ଉପାଧ୍ୟକ୍ଷ ଓ କାଉନସିଲରଙ୍କୁ ମନେଇବାରେ ବିଫଳ ହୋଇଥିବା ଜଣାପଡିଛି ।
ଭୁବନେଶ୍ୱରଠାରେ ସମସ୍ତ କାଉନ୍ସିଲରମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେପିର ମିଶିବେ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ଏପଟେ ଇସ୍ତଫା ଦେଇଥିବା ୯ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ବିଜେଡି କାଉନ୍ସିଲର ଭୁବନେଶ୍ୱରରେ ଡେରା ପକାଇଥିବା ସୂଚନା ମିଳିଛି । ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଟ ମୁଖ୍ୟ କାରଣରୁ ଏଭଳି ଇସ୍ତଫା ପତ୍ର ଦେଇଥିବା କୁହାଯାଇଛି ।
Powered by Froala Editor