ଗରମ ପେଜ ପଡି ଦେଢ ବର୍ଷର ଝିଅ ଗୁରୁତର
ସୋନପୁର : ଗରମ ପେଜ ପଡି ଦେଢ ବର୍ଷର ଝିଅ ଗୁରୁତର ହୋଇଛି । ସେମାପୁର ଜିଲ୍ଲା ତରଭା ଥାନା ଅରଡା ଗାଁ’ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅରଡା ଗାଁ’ର ସୁବାଷ ବାଗଙ୍କ ସ୍ତ୍ରୀ’ଭାତ ରାନ୍ଧିବାବେଳେ ଗରମ ପେଜକୁ ରୋଷଇ ଘରେ ଥୋଇ ଦେଇଥିଲେ । ଅସାବଧାନତା ଯୋଗୁ ଦେଢବର୍ଷର ଝିଅ, ଗରମ ପେଜ ଥିବା ପାତ୍ରକୁ ଟାଣି ଦେଇଥିଲେ । ଫଳରେ ଗରମ ପେଜ କୁନି ଝିଅର ଦେହରେ ପଡିଯାଇଥିଲା । ଫଳରେ ଦେହରେ ବଡବଡ ଫୋଟକା ହୋଇଯାଇଥିଲା । ଝିଅଟି ପୋଡା ଜଳା ସହିନପାରି ଯନ୍ତଣାରେ ଖୁବ୍ ଜୋରର କାନ୍ଦିଥିଲା ।
ଉକ୍ତ ଶିଶୁଟିକୁ ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବର୍ଣ୍ଣିଂ ୱାର୍ଡରେ ଭର୍ତ୍ତି କରାଯାଇ ଚିକିସôା କରାଯାଉଛି । କୁନି ଝିଅର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
Powered by Froala Editor