ପୁରୀ ଏମାର ମଠରୁ ମଙ୍ଗଳଗିରି ପ୍ରଭା ଗାଏବ
ପୁରୀ : ଗତକାଲି ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ପୁରୀ ଏମାର ମଠରୁ ଗାଏବ ହୋଇଯାଇଛି ମଙ୍ଗଳଗିରି ପ୍ରଭା । ରାମାନୁଜଙ୍କ ମୂର୍ତ୍ତି ଉପରେ ଥିବା ଏହି ମୂଲ୍ୟବାନ ପ୍ରଭା ଦେଖିବାକୁ ମିଳିନଥିଲା । ତେବେ ସେ ପ୍ରଭା ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ । ଏହି ପ୍ରଭାକୁ ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖିଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ନିକଟରେ ରହିଛି, ସେ ବାବଦରେ କୌଣସି ସୂଚନା ମିଳିନାହିଁ ।
୨୦୧୧ ମସିହାରେ ମଠରୁ ୫୨୨ ଖଣ୍ଡ ରୂପା ଇଟା ଉଦ୍ଧାର ପରେ ୨୦୧୨ରେ ଶେଷଥର ପାଇଁ ରାମାନୁଜଙ୍କ ମୂର୍ତ୍ତି ଶ୍ରୀମନ୍ଦିର ପରିକ୍ରମା କରିଥିଲା । ପରେ ଯେଉଁ ସ୍ଥାନରେ ମୂର୍ତ୍ତି ପୂଜା ପାଇଥାଏ ସେଠାରେ ପୂଜାର୍ଚ୍ଚନା କରାଯାଉଛି ।
ତେବେ ପ୍ରଭା ମିଳୁନଥିବା ସମ୍ପର୍କରେ ବର୍ତ୍ତମାନ ଟ୍ରଷ୍ଟର ଅଧକ୍ଷ ନାରାୟଣ ରାମାନୁଜ ଦାସ ମହାରାଜ କହିଛନ୍ତି, ମୋତେ ଚାର୍ଜ ମିଳିବା ବେଳେ ପ୍ରଭାକୁ ହସ୍ତାନ୍ତର କରାଯାଇନାହିଁ । ଏ ବାବଦରେ ପୂର୍ବତନ ମହନ୍ତଙ୍କୁ ପଚାରିଲେ ସେ କହିପାରିବେ ଓ ପ୍ରଭାଟି ସୁନା ନଥିଲା ତାହା ଦକ୍ଷିଣ ଭାରତର ଛଣା ପିତ୍ତଳ ଥିଲା ବୋଲି କହିଛନ୍ତି।
Powered by Froala Editor