ଚରିବା ବେଳେ ବଳଦ ମୁହଁରେ ଫୁଟିଲା ବୋମା

କେନ୍ଦୁଝର: ଚରିବା ବେଳେ ବଳଦ ମୁହଁରେ ଫୁଟିଲା ବୋମା । ଫଳରେ ବଦଳଟି ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ଗ୍ରାମରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଚର୍ତୁଭୁଜ ପଲେଇଙ୍କ ବଳଦଟି ସବୁଦିନ ଭଳି ଆଜି ଚରିବା ପାଇଁ ନିକଟସ୍ଥ କାଜୁ ଜଙ୍ଗଲକୁ ଯାଇଥିଲା । ସେଠାରେ ଘାସ ଖାଉଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହାପରେ ସ୍ଥାନୀୟ ଲୋକେ ସେଠାକୁ ଦୌଡ଼ି ଯାଇ ଦେଖିବା ବେଳକୁ ବଳଦଟି ଗୁରୁତର ଆହତ ହୋଇ ଛଟପଟ ହେଉଥିଲା । ତୁରନ୍ତ ବଳଦକୁ ଉଦ୍ଧାର କରାଯାଇ ନିକଟସ୍ଥ ପଶୁ ଡାକ୍ତରଖାନାକୁ ନିଆଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ କାଜୁ ଜଙ୍ଗଲରେ ବନ୍ୟ ଜନ୍ତୁ ଶିକାର ପାଇଁ କିଛି ଅସାମାଜିକ ବ୍ୟକ୍ତି ବୋମା ଖଞ୍ଜି ଥିଲେ । ବଳଦଟି ସେଠାରେ ଚରିବା ବେଳେ ବୋମା ଖାଇ ଦେଇଥିଲା । ଫଳରେ ଏଭଳି ଅଘଟଣ ଘଟିଛି । ଏହି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ।
Powered by Froala Editor