ଫାଣ୍ଡି ନିକଟରୁ ଲୁଟିଲେ ୩ ଲକ୍ଷ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରୁ ଲୁଟ୍ ହୋଇଛି । ଭୁଜାଲିରେ ଆକ୍ରମଣ କରି ଜଣେ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପଣ୍ଡୁଆ ଫାଣ୍ଡି ଅଧିକାରିଣୀ ଯାଇଥିବା ବେଳେ ଦୁର୍ବୃତ୍ତଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ।
ଜିରାଳ ଗ୍ରାମର ଅଭିମନ୍ୟୁ ସାହୁ ଓ ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଏକ ପିକଅପ୍ ଭ୍ୟାନ୍ ଯୋଗେ ଜିନିଷ ଆଣିବା ପାଇିଁ କଟକ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଏକ ବାଇକରେ ଆସି ଗାଡିକୁ ଅଟକାଇ ଭୁଜାଲିରେ ଅଭିମନ୍ୟୁକୁ ଆକ୍ରମଣ କରିଥିଲେ। ଅଭିମନ୍ୟୁଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭରଙ୍କୁ ମାଡ ମାରିବା ସହ ବନ୍ଧୁକ ଦେଖାଇ ବ୍ୟାଗରେ ଥିବା ୩ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅଭିମନ୍ୟୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ଅଁଳାବେରେଣି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି।
Powered by Froala Editor