ହସ୍ପିଟାଲ ବେଡ୍ରେ ମିଥୁନ...
ଧର୍ମେନ୍ଦ୍ରଙ୍କ ପରେ ଏବେ ବଲିଉଡ ଭେଟେରାନ ଅଭିନେତା ମିଥୁନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ଯାହାଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନ୍ ହସ୍ପିଟାଲ ଶଯ୍ୟାରେ ଶୋଇଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ମିଥୁନଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ପ୍ରଶଂସକମାନେ ବ୍ୟସ୍ତ ଓ ଚିନ୍ତିତ ହୋଇପଡ଼ିଛନ୍ତି।
ତେବେ ମିଥୁନ୍ଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଏନେଇ ତାଙ୍କ ପୁଅ ସୋସିଆଲ ମିଡିଆରେ ଗୁଜବ ଉପରେ ପୁନଃଚ୍ଛେଦ ପକାଇଛନ୍ତି । ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୂଚନା ଦେଇଛନ୍ତି । ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ କହିଛନ୍ତି କି- ତାଙ୍କ ପିତା ଅର୍ଥାତ୍ ମିଥୁନ ଚକ୍ରବର୍ତ୍ତୀଙ୍କୁ ଷ୍ଟୋନ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏହା ସହ କୁହାଯାଇଛି କି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ତାଙ୍କୁ ବାଙ୍ଗାଲୋରର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମିଥୁନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି, ସଂପୂର୍ଣ୍ଣ ଫିଟ୍ ଏବଂ ସୁସ୍ଥ ଅଛନ୍ତି ।
Powered by Froala Editor