ଟନ୍ସିଲ କଷ୍ଟ ଦେଉଛିକି? ଏମିତି ପାଇବେ ମୁକ୍ତି
ଆମ ଗଳାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ସେଥିମଧ୍ୟରୁ ଟନ୍ସିଲ ଅନ୍ୟତମ । ଗଳାରେ ଟନ୍ସିଲ ବଢିଲେ ଏହା ବହୁତ କଷ୍ଟ ଦେଇଥାଏ । ତଣ୍ଟି ଦରଜ ହେବା ସହ ଖାଦ୍ୟ ଢୋକିବା ସମୟରେ ଏହା ଖୁବ୍ ଯନ୍ତ୍ରଣା ଦେଇଥାଏ । କୋ÷ଣସି ପ୍ରକାର ସଂକ୍ରମଣ ଟନ୍ସିଲର କାରଣ ହୋଇପାରେ । ପରିବେଶ ପ୍ରଦୂଷଣ, ଅଧିକ ଥଣ୍ଡା ଜନିଷ ଖାଇବା, ଖାଦ୍ୟପେୟରେ ଅଯତ୍ନ କରିବା ଦ୍ୱାରା ଟନ୍ସିଲ ବାହାରିଥାଏ । ତେବେ ଆପଣ ଘରୋଇ ଉପଚାର କରି ଏଥରୁ ମୁକ୍ତି ପାଇପାରିବେ ।
କିପରି କରିବେ:
- ରାତିରେ ଶୋଇବା ସମୟରେ ଗୋଟିଏ ଗ୍ଲାସ୍ ଉଷୁମ କ୍ଷୀର ନିଅନ୍ତୁ । ସେଥିରେ କିଛି ହଳଦୀ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ ।
- କିଛି ଆଇସ୍ କୁ୍ୟବ୍ ଗୋଟିଏ କପଡାରେ ବାନ୍ଧି ଟନ୍ସିଲ ସ୍ଥାନରେ ସେକ ଦିଅନ୍ତୁ । ଏହା କରିବା ଦ୍ୱାରା ବହୁତ ଆରାମ ମିଳିଥାଏ ।
- ନଖ ଉଷୁମ ପାଣିରେ କେଇଟୋପା ଲେମ୍ବୁରସ ମିଶାନ୍ତୁ, ସେଥରେ ଲୁଣ କିମ୍ବା ମହୁ ମିଶାଇ ସେବନ କରନ୍ତୁ । ଏହା ଟନ୍ସିଲ ସମସ୍ୟାରୁ ତୁରନ୍ତ ମୁକ୍ତି ଦେବ । ଏହା ସହିତ ଚାହାରେ ମହୁ ମିଶାଇ ପିଇଲେ ଏହା ଲାଭଦାୟକ ହୋଇଥାଏ । ଯଦି ଅଧିକ ଯନ୍ତ୍ରଣା ହେଉଛି ତେବେ ତୁରନ୍ତ ଡକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
Powered by Froala Editor