ମେ’ ୨ ଯାଏ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି
ଭୁବନେଶ୍ୱର: ପ୍ରଚଣ୍ଡ ତାତି ପାଇଁ ଆସନ୍ତା ମେ ୨ ତାରିଖ ଯାଏ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ରହିବ । ବୁଧବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ କ୍ଲାସ୍ ବନ୍ଦ ରହିବ । କିନ୍ତୁ ପରୀକ୍ଷା ସବୁ ନିର୍ଦ୍ଧାରିତ ସମୟରେ ହେବ । ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଆସି ପରୀକ୍ଷା, ମୂଲ୍ୟାୟନ, ଗବେଷଣା ଓ ପ୍ରଶାସନିକ କାର୍ୟ୍ୟ ଆଦି କରିବେ । ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ସପ୍ତାହେ ହେବ ଅସହ୍ୟ ତାତି ହେଉଛି । ସ୍କୁଲ ଓ କଲେଜ ଯାଇପାଠପଢ଼ିବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଥମେ ସ୍କୁଲ ଛୁଟି ଘୋଷଣା କରିଥିଲେ । ଏହା ପରେ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି ପିଲାଙ୍କ ଛୁଟି କରାଯାଇଥିଲା ।
Powered by Froala Editor