ବେଆଇନ ତେଲ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ
ଦକ୍ଷିଣ ପୂର୍ବ ନାଇଜେରିଆରେ ଏକ ତେଲ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଥିବା ଅନୁମାନ କରାଯାଉଛି । ତଥ୍ୟ ମୁତାବକ ମୃତକଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବାବେଳେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇପାରେ । ବିସ୍ଫୋରଣ ହେତୁ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଖରାପ ପାଇପଲାଇନ୍ ଏବଂ ସଠିକ ଭାବରେ ଏହାର ରକ୍ଷଣାବେକ୍ଷଣା କରାଯାଇ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଠାରୁ ତେଲ କଳାବଜାରୀ ହେଉଥିବା ପୂର୍ବରୁ ସୂଚନା ରହିଛି ।
ଆଏମୋ ରାଜ୍ୟ ସୂଚନା କମିଶନର ଡିକ୍ଲାନ ଆମେଲୁମ୍ବା କହିଛନ୍ତି ଯେ, ଦୁଇଟି ବେଆଇନ ତୈଳ ରିଫାଇନାରୀରେ ବିସ୍ଫୋରଣ ହୋଇଛି । ରିଫାଇନାରୀ ବେଆଇନ ହୋଇଥିବାବେଳେ ଏହି ଘଟଣାରେ ନିହତ ହୋଇଥିବା ସମସ୍ତ ବ୍ୟକ୍ତି ଅପରେଟର ବୋଲି ଜଣାପଡିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ବିସ୍ଫୋରଣ ପରେ ରିଫାଇନାରୀର ମାଲିକଙ୍କୁ ଏବେ ଖୋଜାଯାଉଛି ।
ରାଜ୍ୟ ପେଟ୍ରୋଲିୟମ ରିସୋର୍ଟ କମିଶନର ଗୁଡଡଲକ ଓପିୟାଙ୍କ କହିବା ଅନୁସାରେ ଏକ ବେଆଇନ୍ ବଙ୍କରିଙ୍ଗ ନିକଟରେ ନିଆଁ ଲାଗିଛି । ଏଥିରେ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏ ଯାଏ ମିଳିପାରିନି ।
Powered by Froala Editor