ବିବାଦ ପରେ ଘୋଷଣା କଲା ପ୍ରଶାସନ, ପୁଣି ନିର୍ମାଣ ହେବ ଅଲୱାର ମନ୍ଦିର

ରାଜସ୍ଥାନ ଅଲ୍ୱାର ଜିଲ୍ଲାରେ ୩୦୦ ବର୍ଷ ପୁରୁଣା ମନ୍ଦିର ଭାଙ୍ଗି ଦିଆଯାଇଛି । ଆଉ ଏହା ପରେ ଆରମ୍ଭ ହୋଇଛି ବିବାଦ । କଂଗ୍ରେସ ବିଜେପି ଉପରେ ଓ ବିଜେପି କଂଗ୍ରେସ ଉପରେ ଦୋଷ ଲଦୁଛି। ଏହାରି ଭିତରେ ଭଙ୍ଗାଯାଇଥିବା ମନ୍ଦିରକୁ ପୁଣି ଥରେ ନିର୍ମାଣ କରିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।
ଶନିବାର ଜିଲ୍ଲା ପ୍ରଶାସନ ଘୋଷଣା କରି କହିଛି ଯେ, ବେଆଇନ୍ ନିର୍ମାଣ ଉଚ୍ଛେଦ ଅଭିଯାନ୍ରେ ଏହି ମନ୍ଦିରଗୁଡ଼ିକୁ ଭୁଲ୍ ବଶତଃ ଭଙ୍ଗାଯାଥିଲା। ହେଲେ ଏବେ ପୁଣି ସେହି ୩ଟି ଅର୍ଦ୍ଧଭଗ୍ନ ମନ୍ଦିରର ପୁନଃ ନିର୍ମାଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି।
ଗତ ରବିବାର ଦିନ ଅଲଓ୍ବାରର ରାଜଗଡ଼ଠାରେ ୩ଟି ମନ୍ଦିର ଓ କେତେକ ଦୋକାନ ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଥିଲା । ଏସବୁ ବେଆଇନ ଭାବେ ନିର୍ମାଣ କରାଯାଇଥିଲା ଓ ଗୋଟିଏ ମନ୍ଦିର ଡ୍ରେନ ଉପରେ ନିର୍ମାଣ କରାଯାଇଥିଲା । ରାସ୍ତା ଚଉଡା କରିବାକୁ ଓ ଜବରଦଖଲମୁକ୍ତ କରିବାକୁ ଏଗୁଡ଼ିକୁ ଭଙ୍ଗାଯାଇଥିଲା । ଲୋକମାନଙ୍କ ସହମତି କ୍ରମେ ମନ୍ଦିରର ବିଗ୍ରହମାନଙ୍କୁ କଢାଯିବା ପରେ ଭଙ୍ଗାଯାଇଥିଲା । ଭଙ୍ଗାଯାଇଥିବା ମନ୍ଦିରଗୁଡ଼ିକୁ ନିର୍ବିବାଦୀୟ ସ୍ଥାନରେ ନିର୍ମାଣ କରାଯିବ ବୋଲି ଅଲଓ୍ବରର ଅତିରିକ୍ତ ଜିଲ୍ଲାପାଳ ସୁନୀତା ପଂକଜ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭଙ୍ଗାଯାଇଥିବା ମନ୍ଦିରଗୁଡ଼ିକ ମଧ୍ୟରେ ଏକ ୩୦୦ ବର୍ଷର ଶିବ ମନ୍ଦିର ବି ଥିଲା । ଏହି ମନ୍ଦିର ଭଙ୍ଗାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।
Powered by Froala Editor