ମେଳାରୁ ଚୋରି ହୋଇଗଲା ଜୋତା, ମୋଜା ପିନ୍ଧି ଫେରିଲେ ବିଧାୟକ

ମେଳାରେ ଚୋରି ହୋଇଯାଇଛି ବିଜେପି ବିଧାୟକଙ୍କ ଜୋତା । ଫଳରେ ବିଧାୟକ କେବଳ ମୋଜା ପିନ୍ଧି ଘରକୁ ଫେରିଛନ୍ତି । ଏ କଥା ଅଜବ ଗଜବ ହୋଇଥିବାବେଳେ କେହି କେହି ହସୁଛନ୍ତି । ଏମିତି ଘଟଣା ଘଟିଛି ବିଜେପି ବିଧାୟକ ଛୋଟେଲାଲ ବର୍ମାଙ୍କ ସହିତ ।
ବିଧାୟକ ଛୋଟେଲାଲ ଶାମଶାବାଦ ପୁଲିସ୍ ଷ୍ଟେସନରେ ଥିବା ଗୋଟିଏ ଗାଁକୁ ସତୀ ମେଳା ଉଦଘାଟନ କରିବାକୁ ଆସିଥିଲେ। ଏହି ସମୟରେ ସେ ସତୀ ମନ୍ଦିର ବାହାରେ ଜୋତା ରଖିଥିଲେ। ମନ୍ଦିରର ଦର୍ଶନ ସାରି ଫେରିବା ବେଳକୁ ତାଙ୍କ ଜୋତା ଆଉ ସେଠାରେ ନଥିଲା। କିଛି ସମୟ ପାଇଁ ସମସ୍ତେ ଏଣେତେଣେ ଖୋଜାଖୋଜି ମଧ୍ୟ କରିଥିଲେ। ତେବେ ପୂରା ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଜୋତା ମିଳି ନଥିଲା। ଫଳରେ ସେ କେବଳ ମୋଜା ପିନ୍ଧି ଗାଡ଼ି ନିକଟକୁ ଚାଲି ଚାଲି ଆସିଥିଲେ। ଜୋତା ଚୋରି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଛୋଟେଲାଲ କହିଛନ୍ତି, “କେହି ଗରିବ ଲୋକ ମୋ ଜୋତା ନେଇଯାଇଛନ୍ତି। ମା ସତୀଙ୍କୁ ଉକ୍ତ ଗରିବ ଲୋକଙ୍କୁ ଭଲରେ ଓ ଖୁସିରେ ରଖନ୍ତୁ।”
Powered by Froala Editor