ଆସିବ କରୋନାର ଚତୁର୍ଥ ଲହର, ମିଳିଲା ସାଂଘାତିକ ତଥ୍ୟ

ବାରଣାସୀ : ସାରା ଦେଶରେ କରୋନାର ଚତୁର୍ଥ ଲହରର ଆଶଙ୍କା ବୃଦ୍ଧି ପାଇଛି । ଏବେ କରୋନା କଟକଣା ହଟାଇ ନିଆଯାଇଥିବାବେଳେ ପୁଣି କରୋନାର ଆଉ ଏକ ଲହର ଆସିବାର ଆଶଙ୍କା ପ୍ରକାଶ ପାଇଛି । ଏକ ସର୍ଭେରୁ ଏନେଇ ସାଂଘାତିକ ତଥ୍ୟ ମିଳିଛି । ଲୋକଙ୍କର ଆଂଟିବଡ଼ି ହ୍ରାସ ପାଇଥିବା ସର୍ଭେରୁ ଜଣାପଡ଼ିଛି ।
ସମ୍ପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏକ ସର୍ଭେ କରିଥିଲେ । ଜୀବ ବିଜ୍ଞାନୀ ପ୍ରଫେସର ଜ୍ଞାନେଶ୍ୱର ଚୌବେ ୧୧୬ ଜଣ କରୋନା ସଂକ୍ରମିତଙ୍କ ସାମ୍ପଲ ନେଇଥିଲେ । ସେଥିରୁ ଜାଣିବାକୁ ମିଳିଥିଲାଯେ, ମାତ୍ର ୧୭%ଙ୍କ ଠାରେ ଆଣ୍ଟିବଡ଼ି ରହିଛି । ସେହିପରି ସବୁଠାରୁ ବଡ଼ କଥା ହେଉଛି, ୪୬ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ହ୍ରାସ ପାଇବାରେ ଲାଗିଛି । ଏମିତିକି କିଛି ଦିନ ମଧ୍ୟରେ ସେହି ଲୋକମାନଙ୍କ ଠାରେ ଆଉ ଆଣ୍ଟିବଡ଼ି ରହିବ ନାହିଁ । ୭୦% ଲୋକଙ୍କ ଠାରେ ଆଣ୍ଟିବଡ଼ି ହ୍ରାସ ପାଇଗଲେ କରୋନା ସଂକ୍ରମଣ ବୃଦ୍ଧିର ଯଥେଷ୍ଟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ଡୋଜ ପରେ ପ୍ରତିଷେଧକ ଡୋଜ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଚୌବେ କହିଛନ୍ତି ।
ଜାନୁଆରୀ ୨୦୨୨ରୁ ପ୍ରତିଷେଧକ ଡୋଜ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା, ସୁରକ୍ଷାକର୍ମୀ ଓ ୬୦ରୁ ଉଦ୍ଧ୍ୱର୍ ବୟସ୍କଙ୍କ ପାଇଁ ଏହି ବ୍ୟବସ୍ଥା ରହିଥିଲା । କିନ୍ତୁ ଇତିମଧ୍ୟରେ ୪ ମାସ ବିତିଯାଇଥିଲେବି ପ୍ରତିଷେଧକ ଡୋଜ ସଂଖ୍ୟା ଆଶାନୁରୂପକ ହୋଇପାରିନାହିଁ । ଏନେଇ ସରକାର ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଉଛି ।
Powered by Froala Editor