ହୁ’ ମୁଖ୍ୟଙ୍କୁ ‘ତୁଳସୀ ଭାଇ’ ଡାକିବେ ମୋଦୀ

ଭାରତ ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସଙ୍କୁ ଗୁଜରାଟୀ ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟେଡ୍ରୋସଙ୍କ ଅନୁରୋଧ କ୍ରମେ ମୋଦି ତାଙ୍କ ନାଁ ତୁଳସୀ ଭାଇ ରଖିଛନ୍ତି।
“ମୁଁ ଆପଣଙ୍କୁ ତୁଳସୀ ଭାଇ ଡାକିବାକୁ ପସନ୍ଦ କରିବି” ବୋଲି ମୋଦି କହିଛନ୍ତି। ଗାନ୍ଧି ନଗରରେ ଆୟୋଜିତ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀରେ ଯୋଗ ଦେବାକୁ ଟେଡ୍ରୋସ ଆସିଛନ୍ତି। ଏତିକି ବେଳେ ମୋଦି ତାଙ୍କ ନାଁ ତୁଳସୀ ଭାଇ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା ମୁତାବକ, ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରୋସ ମୋର ଜଣେ ଭଲ ବନ୍ଧୁ। ଆଜି ସେ ମୋତେ ଭାରତୀୟ ଶିକ୍ଷକମାନଙ୍କ ପାଇଁ ଜୀବନରେ ସଫଳ ହୋଇପାରିଛନ୍ତି ବୋଲି କହିଥିଲେ। ଭାରତ ସହ ଜଡିତ ହୋଇ ସେ ଗର୍ବିତ ବୋଲି ମୋତେ ଜଣାଇଥିଲେ। ଏହା ସହ ଆଜି ସକାଳେ ସେ ମୋତେ କହିଥିଲେ ଯେ, ମୁଁ ଏବେ ଏକ ପକା ଗୁଜୁରାଟୀ ହୋଇଯାଇଛି। ତୁମେ ମୋ ପାଇଁ ଗୁଜରାଟୀ ନାଁ ସ୍ଥିର କରିଛ କି? ତାଙ୍କ ପ୍ରଶ୍ନ ଶୁଣି ମୁଁ ତାଙ୍କ ପାଇଁ ଏକ ନାଁ ବାଛିଛି। ଜଣେ ଗୁଜୁରାଟୀ ହିସାବରେ ମୁଁ ତାଙ୍କୁ ତୁଳସୀଭାଇ ଡାକିବି। ଏହା ଶୁଣି ଟେଡ୍ରୋସ ମଧ୍ୟ ସ୍ମିତ ହାସ୍ୟ ଦେଇଥିଲେ।
Powered by Froala Editor