ଜାହାଙ୍ଗୀରପୁର ହିଂସା, ଆକ୍ସନ ମୋଡରେ ଦିଲ୍ଲୀ ନଗର ନିଗମ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ନଗର ନିଗମ । ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀ ଠାରେ ହୋଇଥିବା ଧାର୍ମିକ ହିଂସା ବିରୋଧରେ ଉତ୍ତର ଦିଲ୍ଲୀ ନଗର ନିଗମ ପକ୍ଷରୁ ଅଭିଯୁକ୍ତମାନଙ୍କ ବେଆଇନ ସମ୍ପତ୍ତି ଉପରେ ବୁଲଡୋଜର ଚଲାଯାଇଛି । ଏଥିରେ୧୫୦୦ ରୁ ଅଧିକ ଯବାନ ନିୟୋଜିତ ଅଛନ୍ତି ।
ଏନେଇ ନଗର ନିଗମର ନିଦେ୍ର୍ଧଶରେ ଅପରାଧୀମାନଙ୍କର ବେଆଇନ ନିର୍ମାଣ ଉପରେ ୯ଟି ବୁଲଡୋଜର ଲଗାଇ ଭଙ୍ଗା ଯାଉଛି । ମେୟର ରାଜା ଇକବାଲ କହିଛନ୍ତି ପ୍ରଥମରୁ ଏହି ସ୍ଥାନଗୁଡିକୁ ଖାଲି କରିବାକୁ ସେ ନୋଟିସ ଦେଇଥିଲେ । ଏହା ଉପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଅବସରରେ ସ୍ୱତନ୍ତ୍ର ପୋଲିସ କମିଶନର ଦିପେନ୍ଦ୍ର ପାଠକ ଘଟଣା ସ୍ଥଳରେ ପହଂଚି କହିଛନ୍ତି କି, ବେଆଇନ ଦଖଲ ହଟାଇବା କ୍ଷେତ୍ରରେ ସେ ସମସ୍ତ ସହଯୋଗ କରିବେ ।
କହିରଖୁ କି ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ଜାହାଙ୍ଗୀରୀପୁରୀ ନିକଟରେ ଥିବା ଏକ ମସଜିଦ ଠାରେ କିଛି ଲୋକ ଶୋଭାଯାତ୍ରା ଉପରକୁ ଢେଲା ପଥର ମାଡ କରିଥିଲେ । ଏହାକୁ ନେଇ ସେଠାରେ ହିଂସା ଉପୁଜିଥିଲା । ଏହି ମାମଲରେ ପୋଲିସ ଏପର୍ଯ୍ୟନ୍ତ ଉଭୟ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟର କିଛି ଲୋକଙ୍କୁ ଗିରଫ କରିଛି । ଏବେ ଏହି ମାମଲାରେ ସଂପୃକ୍ତ ଥିବା କିଛି ଲୋକଙ୍କ ବେଆଇନ ଦଖଲ ହଟାଇବାକୁ ନଗର ନିଗମ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।
Powered by Froala Editor