ପାକିସ୍ତାନରେ ଘୋର ଶକ୍ତିଶଙ୍କଟ
ଇସଲାମାବାଦ: ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପେଟ୍ରୋଲ, ଡିଜେଲ ଓ ପ୍ରାକୃତିକ ଗ୍ୟାସ୍ ଦାମ୍ ବୃଦ୍ଧି ପାଇଛି । ଏହି ପରିସ୍ଥିତିରେ ଘୋର ଆର୍ଥିକ ସଙ୍କଟ ଉକôଟ ହୋଇଛି । ଫଳରେ ପାକିସ୍ତାନ ବିଜୁଳି କାଟ ଆରମ୍ଭ କରିଛି । ପ୍ରାକୃତିକ ଗ୍ୟାସ ଓ କୋଇଲା ଦର ବୃଦ୍ଧି ପାଇବା ପରେ ପାକିସ୍ତାନ ଏବେ ସ୍ପଟ ମାର୍କେଟରୁ ଇନ୍ଧନ କିଣିବା ପାଇଁ ସଂଘର୍ଷ କରୁଛି ।
ଇନ୍ଧନ ଅଭାବରୁ ୩,୫୦୦ ମେଗାୱାଟ ବିଜୁଳି ଉପôାଦନ କରୁଥିବା ପାୱାର ପ୍ଲାଣ୍ଟ ଏପ୍ରିଲ ୧୩ ତାରିଖରୁ ବନ୍ଦ ହୋଇଯାଇଛି ବୋଲି ନୂଆ ସରକାରରେ ଅର୍ଥମନ୍ତ୍ରୀ ହେବାକୁ ଯାଉଥିବା ମିଫତାହ ଇସମାଇଲ ତାଙ୍କ ଟ୍ୱିଟର ପୋଷ୍ଟରେ ସୂଚନା ଦେଇଛନ୍ତି । ଦେଶରେ ଘୋର ଶକ୍ତି ସଂକଟ ଦେଖା ଦେଇଥିବାରୁ ସରକାର ବାଧ୍ୟ ହୋଇ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ଲୋକମାନଙ୍କ ଘର ତଥା ଶିଳ୍ପସଂସ୍ଥାଗୁଡିକ ପାଇଁ ନିୟମିତ ବିଜୁଳି କାଟ ଆରମ୍ଭ ହୋଇଛି ।
Powered by Froala Editor