ଦେଶରେ ଦିନକରେ ୧୨୪୭ ସଂକ୍ରମିତ, ଜଣେ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଚିନ୍ତା ବଢାଇଛି କୋରୋନା । ଦିଲ୍ଲୀ ସମେତ ବିଭିନ୍ନ ସହରରେ ସଂକ୍ରମଣ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧,୨୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଶ୍ବସ୍ତିକର ବିଷୟ ହେଉଛି କି, ଆଜି ସଂକ୍ରମିତଙ୍କ ସଂଖ୍ୟା ୧ ହଜାରରୁ ଅଧିକ ରହିଥିଲେ ହେଁ ଦିନକରେ ଦେଶରେ ଜଣେ ମାତ୍ର କୋରୋନା ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ ହୋଇଛି । ସେହିପରି ୨୪ ଘଣ୍ଟାରେ ୯୨୮ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ୧୧,୮୬୦ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ୪,୨୫,୧୧୭,୦୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୧,୯୬୬ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୮୬,୭୨,୧୫,୮୬୫ କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୬,୮୯,୯୯୫ କୋଟି ଡୋଜ୍ ଦିଆଯାଇଛି ।
Powered by Froala Editor