ୟୁକ୍ରେନ ଯିବେନି ବାଇଡେନ୍

ୱାଶିଂଟନ: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫୫ ଦିନ ହୋଇଥିଲେ ମଧ୍ୟ ଥମିବାର ନାଁ ଧରୁନି । କିଛି ଦେଶର ମଧ୍ୟସ୍ଥତା ପରେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ରୁଷିଆ ସେନା ବେଳକୁ ବେଳ ଆକ୍ରମଣ ତୀବ୍ର କରୁଥିବା ବେଳେ ଏହାର କଡା ମୁକାବିଲା କରୁଛି ୟୁକ୍ରେନ୍ ସେନା । ଏହାରି ଭିତରେ ରୁଷିଆ ଦାବି କରିଛି ଯେ ସେ ୟୁକ୍ରେନର ମାରିଉପୋଲ ସହରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି । ହେଲେ ୟୁକ୍ରେନ ଏହାକୁ ଖଣ୍ଡନ କରିଛି । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ମାରିଉପୋଲରେ ସ୍ଥିତି କଠିନ ରହିଛି ହେଲେ ଏବେବି ସେଠାରେ ୟୁକ୍ରେନ ସେନା ରୁଷିଆ ସେନାଙ୍କୁ ମୁକାବିଲା କରୁଛନ୍ତି ।
ଇତିମଧ୍ୟରେ ହ୍ୱାଇଟହାଉସ ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍ ଗସ୍ତ କରୁ ନାହାନ୍ତି । ସୂଚନାଯୋଗ୍ୟ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ବାଇଡେନଙ୍କୁ କ୍ୱିଭ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । କ୍ୱିଭ ଆସି ରୁଷିଆ ଆକ୍ରମଣ ବିରୋଧରେ ସମର୍ଥନ ଦେବାକୁ କହିଥିଲେ ଓ ସେଠାକାର ତାଜା ସ୍ଥିତି ସମ୍ପର୍କରେ ଜାଣିବାକୁ କହିଥିଲେ । ହେଲେ ଏବେ ବାଇଡେନ ୟୁକ୍ରେନ୍ ଯିବେ ନାହିଁ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।
Powered by Froala Editor