ଏମ.ଏମ. ନରଓ୍ଵଣେଙ୍କ ପରେ ମନୋଜ ପାଣ୍ଡେ ହେବେ ଦେଶର ନୂତନ ସ୍ଥଳ ସେନାଧ୍ୟକ୍ଷ

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ନୂତନ ସ୍ଥଳ ସେନାଧ୍ୟକ୍ଷ। ମନୋଜ ପାଣ୍ଡେଙ୍କୁ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆସନ୍ତା ଏପ୍ରିଲ ୩୦ରେ ସେ ଭାରତୀୟ ସେନାଧ୍ୟକ୍ଷ ପଦ ଗ୍ରହଣ କରିବେ। ମନୋଜ ପାଣ୍ଡେ ଦେଶର ପ୍ରଥମ ଇଞ୍ଜିନିୟର ଯିଏ ସେନା ପ୍ରମୁଖର ଦାୟିତ୍ଵ ସମ୍ଭାଳିବାକୁ ଯାଉଛନ୍ତି। ପାଣ୍ଡେ ବର୍ତ୍ତମାନ ସେନାର ଉପ ପ୍ରମୁଖ ଅଛନ୍ତି। ସେ ଜେନେରାଲ ଏମ.ଏମ. ନରଓ୍ଵଣେଙ୍କ ସ୍ଥାନ ନେବେ। ସେ ଚଳିତ ମାସ ଶେଷ ଆଡକୁ କାର୍ଯ୍ୟରୁ ଅବସର ନେଉଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ୟୁକେର କେମ୍ବରଲି ଷ୍ଟାଫ କଲେଜରୁ ସ୍ନାତକ, ମହୁର ଆର୍ମି ଓ୍ଵାର କଲେଜ ଏବଂ ଦିଲ୍ଲୀର ନ୍ୟାସନାଲ ଡିଫେନ୍ସ କଲେଜରେ ହାୟର କମାଣ୍ଡ କୋର୍ସ କରିଥିଲେ। ତାଙ୍କୁ ୧୯୮୨ରେ କୋର ଅଫ ଇଞ୍ଜିନିୟର୍ସରେ କମିଶନ ଦିଆଯାଇଥିଲା। ଲେଫ୍ଟନାଣ୍ଟ ପାଣ୍ଡେ ନିଜର ୩୯ ବର୍ଷର ସେନା କ୍ୟାରିୟରରେ ଭିତରେ ପଶ୍ଚିମ ଥିଏଟରରେ ଇଞ୍ଜିନିୟର ବ୍ରିଗେଡ୍, ଏଲଓପିରେ ପଦାତିକ ସେନାର ବ୍ରିଗେଡ୍, ଲଦାଖ ସେକ୍ଟରର ପୂର୍ବ ଡିଭିଜନ୍ ଓ ଉତ୍ତର-ପୂର୍ବ ଡିଭିଜନରେ ସଫଳତାର ସହ ଦାୟିତ୍ବ ସମ୍ପାଦନ କରିଛନ୍ତି। ଏହା ସହିତ ସେ ଆଣ୍ଡାମାନ ଓ ନିକୋବରରେ କମାଣ୍ଡର-ଇନ୍-ଚିଫ୍ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି।
Powered by Froala Editor