ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ମାର୍ପିଟ ଘଟଣା : ୧୪ ଗିରଫ
ଶନିବାର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦିଲ୍ଲୀ ଜାହାଙ୍ଗୀରପୁରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମାର୍ପିଟ ହୋଇଥିଲା। ଏଥିରେ ୯ଜଣ ଆହତ ହୋଇଛନ୍ତି ଓ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।
୮ଜଣ ପୁଲିସ ଓ ଜଣେ ସାଧାରଣ ନାଗରିକଙ୍କ ସମେତ ଉକ୍ତ ସଂଘର୍ଷରେ ସମୁଦାୟ ୯ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ବାବୁ ଜଗଜୀବନ ରାମ ମେମୋରିଆଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ ‘ଏଫ୍ଆଇଆର୍’ ଫାଇଲ୍ କରି ୧୪ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ବୋଲି ଦିଲ୍ଲୀ ପୁଲିସ କମିସନର୍ ସୂଚନା ଦେଇଛନ୍ତି। ମାମାଲାରେ ତଦନ୍ତ ପାଇଁ ଡ୍ରୋନ୍ ଓ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଛାତରୁ ପଥର ଫିଙ୍ଗା ହେଇଛି କି ନାହିଁ ଦିଲ୍ଲୀ ପୁଲିସ ଡ୍ରୋନ୍ ବ୍ୟବହାର କରୁଛି। ଲୋକମାନେ ପୁଲିସ ସାମ୍ନାରେ ଖଣ୍ଡା ବୁଲାଉଥିବାର ଦେଖାଯାଇଛି।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ୬ଟା ବେଳେ ଶୋଭାଯାତ୍ରା ସମୟରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଲୋକଙ୍କ ଉପରେ ଟେକା ପଥର ମାଡ଼ କରିଥିଲେ। ତା ସହିତ ଗାଡ଼ି ପୋଡ଼ି ଦେଇଥିଲେ। ହିଂସାରେ ପୁଲିସକର୍ମୀମାନେ ଆହତ ହେବା ପରେ ବହୁ ସଂଖ୍ୟାର ପୁଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି। ହିଂସା ପରେ ତୁରନ୍ତ ପୁଲିସ ମାମଲାର ତଦନ୍ତ କରିଥିଲା। ୧୪ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ସହିତ ସେମାନଙ୍କୁ ଗିରଫ କରାଯାଇଛି।
Powered by Froala Editor