Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Saturday, September 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ...

  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ...

  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ...

  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

  • ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ...

  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ...

  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ...

  • ମାଲକାନଗିରି ଜିଲ୍ଲାର ବିଜେପି ...

  • ଗୁଗୁଲ, ଫେସବୁକ ଉପରେ ଲାଗିବ ୧୮ ପ୍ରତିଶତ ...

  • ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପୋଷ୍ୟ ଗ୍ରହଣ ପ୍ରକ୍ରିୟାର ନଗଣ୍ୟ ସ୍ଥିତି

ପୋଷ୍ୟ ଗ୍ରହଣ ପ୍ରକ୍ରିୟାର ନଗଣ୍ୟ ସ୍ଥିତି

2022-04-16 15:12:17
15013
Share:
Facebook
Twitter
E-Mail
WhatsApp
Telegram
ପୋଷ୍ୟ ଗ୍ରହଣ ପ୍ରକ୍ରିୟାର ନଗଣ୍ୟ ସ୍ଥିତି

ନୂଆଦିଲ୍ଲୀ,: ଭାରତରେ ୩ କୋଟିରୁ ଊର୍ଦ୍ଧ୍ୱ ଅନାଥ ଥିଲେ ହେଁ ବର୍ଷକୁ ୪,୦୦୦ରୁ କମ୍‌ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା ଆଡପ୍‌ଶନରେ ବାଧା ସୃଷ୍ଟି କରୁଥିବାରୁ ଏହାର ସରଳୀକରଣ ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସର୍ବୋଚ୍ଚ ଅଦାଲତ ଏହା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି।

ସରକାରୀ ତଥ୍ୟ ଅନୁସାରେ ୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଭାରତର ୩,୫୫୯ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୩,୧୪୨ ଶିଶୁଙ୍କୁ ଦେଶ ଭିତରେ ଓ ୪୧୭ ଜଣଙ୍କୁ ବିଦେଶରେ ଗ୍ରହଣ କରାଯାଇଛି। ପୂର୍ବବର୍ଷ ଏହି ସଂଖ୍ୟା ୩,୭୪୫ ଥିଲା। ଅନେକ ନିଃସନ୍ତାନ ଦମ୍ପତି ପୋଷ୍ୟ ଭାବେ ପିଲାଙ୍କୁ ଗ୍ରହଣ କରିବା ପାଇଁ ଆଗ୍ରହୀ ଥିବାବେଳେ ଆଇନଗତ ଜଟିଳତା ଏଥିରେ ବାଧା ସୃଷ୍ଟି କରୁଥିବା ଏନ୍‌ଜିଓ ‘ଦି ଟେମ୍ପୁଲ ଅଫ୍‌ ହିଲିଂ’ ପକ୍ଷରୁ ପୀୟୂଷ ସକ୍ସେନା ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ପୋଷ୍ୟ ଗ୍ରହଣର ଏହି ନଗଣ୍ୟ ହାରକୁ ଦେଖି ସୁପ୍ରିମକୋର୍ଟ ଏପ୍ରିଲ ୧୨ରେ ଭାରତରେ ଶିଶୁଙ୍କ ଆଡପଶନ୍‌ ପାଇଁ ରହିଥିବା ଆଇନଗତ ପ୍ରକ୍ରିୟାକୁ ସରଳ କରିବା ସକାଶେ ଦାଖଲ ଆବେଦନକୁ ଗ୍ରହଣ କରିଥିଲେ।

କ’ଣ କହୁଛି ତଥ୍ୟ
ୟୁନାଇଟେଡ୍‌ ନେସନ୍ସ ଚିଲ୍‌ଡ୍ରେନ୍‌ ଫଣ୍ଡ (ୟୁନିସେଫ୍‌) ଇଣ୍ଡିଆ ତଥ୍ୟ ଅନୁସାରେ ଭାରତରେ ୨.୯୬ ଲକ୍ଷ ଅନାଥ କିମ୍ବା ପରିତ୍ୟକ୍ତ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭,୧୬୪ଟି ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ୍ସ(ସିସିଆଇ)ରେ ୨.୫୬ ଲକ୍ଷ ଶିଶୁ ରହୁଥିବା ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ଦର୍ଶାଇଥିଲା। ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ମହାମାରୀ ସମୟରେ ସିସିଆଇଗୁଡ଼ିକରେ ଥିବା ୧.୪୫ ଶିଶୁ ସେମାନଙ୍କ ମୂଳ ପରିବାରକୁ ଫେରିଥିଲେ। ତେବେ ଏକ ସୁରକ୍ଷିତ ଘର ଓ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଏବେ ମଧ୍ୟ ଅନେକ ଶିଶୁ ଅପେକ୍ଷା କରି ରହିଛନ୍ତି।
୨୦୨୦ରୁ ୨୦୨୧ ମଧ୍ୟରେ ମୋଟ ୩,୫୫୯ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା, ଯାହାକି ୨୦୧୩ ପରେ ସର୍ବନିମ୍ନ ବୋଲି ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (ସିଏଆର୍‌ଏ) ତଥ୍ୟରୁ ଜଣାପଡ଼ିଛି। ୨୦୧୯ରୁ ୨୦୨୧ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣସଂଖ୍ୟା ହ୍ରାସ ପାଇଁ କରୋନା ମହାମାରୀକୁ ଦାୟୀ କରାଯାଉଛି।

୧୯ ଲକ୍ଷ ଶିଶୁଙ୍କୁ ଅନାଥ କରିଛି ମହାମାରୀ
‘ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲେସେଣ୍ଟ ହେଲ୍‌ଥ’ରେ ଗତ ଫେବୃୟାରୀରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଅକ୍ଟୋବର ମଧ୍ୟରେ ଭାରତର ପ୍ରାୟ ୧୯ ଲକ୍ଷ ଶିଶୁ ଅନାଥ ହୋଇଯାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରି ୧.୫୩ ଲକ୍ଷ ଶିଶୁ ସେମାନଙ୍କ ମା’ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଥିବା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା (ଏନ୍‌ସିପିସି)ର ବାଲ ସ୍ବରାଜ ପୋର୍ଟାଲରୁ ସଂଗୃହୀତ ତଥ୍ୟ ଆଧାରରେ ଯୁକ୍ତି ବାଢ଼ିଥିଲେ।

ସିଏଆର୍‌ଏ କ’ଣ
ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (ସିଏଆର୍‌ଏ) ହେଉଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏକ ବୈଧାନିକ ସଂସ୍ଥା, ଯାହାକି ଅନାଥ, ପରିତ୍ୟକ୍ତ ଓ ସମର୍ପିତ ଶିଶୁଙ୍କ କଥା ବୁଝିଥାଏ। ୧୯୯୦ରେ ଗଠିତ ସିଏଆର୍‌ଏ ଏହାର ସ୍ବୀକୃତିପ୍ରାପ୍ତ ଆଡପ୍‌ଶନ ଏଜେନ୍ସିଗୁଡ଼ିକ ଜରିଆରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଥାଏ। ଆନ୍ତଃ ଦେଶୀୟ ପୋଷ୍ୟ ଗ୍ରହଣ କ୍ଷେତ୍ରରେ ଏହା ହେଗ୍‌ ଚୁକ୍ତିର ନିୟମ ଅନୁଯାୟୀ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରେ। ଭାରତ ୨୦୦୩ରେ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲା।

ଭାରତରେ ପୋଷ୍ୟ ଆଇନ
ପୋଷ୍ୟ ସନ୍ତାନ ଗ୍ରହଣ ହେଉଛି ଏକ ଆନୁଷ୍ଠାନିକ ପ୍ରକ୍ରିୟା, ଯାହା ଜରିଆରେ ଜଣେ ଶିଶୁକୁ ସ୍ଥାୟୀ ଭାବେ ନିଜ ଜୈବିକ ମାତାପିତାଙ୍କଠାରୁ ଅଲଗା କରି ପୋଷ୍ୟ ମାତାପିତାଙ୍କୁ ଆଇନତଃ ହସ୍ତାନ୍ତର କରାଯାଇଥାଏ। ଏହା ହିନ୍ଦୁ ଆଡପ୍‌ଶନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ, ୧୯୫୬ ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ, ୨୦୧୫ ଅନୁସାରେ କରାଯାଏ। ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି (ସିଡବ୍ଲ୍ୟୁସି) ଆଡପ୍‌ଶନ ପାଇଁ ଆଇନତଃ ମୁକ୍ତ ବୋଲି ଘୋଷଣା କରିଥିବା ଜଣେ ଅନାଥ, ପରିତ୍ୟକ୍ତ କିମ୍ବା ସମର୍ପିତ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ।

Powered by Froala Editor

Tags Adoption

Related articles Odisha News Lens 3.2

  • ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    14017
    Sep 30, 2023
  • ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...
    ଦେଶ-ଦେଶାନ୍ତର

    ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ...

    14972
    Sep 30, 2023
  • ଗୁଗୁଲ, ଫେସବୁକ ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି
    ଦେଶ-ଦେଶାନ୍ତର

    ଗୁଗୁଲ, ଫେସବୁକ ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି

    14039
    Sep 29, 2023
  •  ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ
    ଦେଶ-ଦେଶାନ୍ତର

    ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13788
    Sep 30, 2023
  • ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ
    ଦେଶ-ଦେଶାନ୍ତର

    ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ

    13515
    Sep 29, 2023
  • ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ
    ଦେଶ-ଦେଶାନ୍ତର

    ୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ

    13240
    Sep 30, 2023
  • ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ,  ୨ ଅନୁପ୍ରବେଶକାରୀ ନିହତ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

    14062
    Sep 30, 2023
  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ
    ବିଶେଷ

    ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ

    15097
    Sep 30, 2023
  • ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ
    ରାଜନୀତି

    ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ

    13649
    Sep 29, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ

    13515
    Sep 29, 2023
  • ବିଶେଷ

    ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ

    15097
    Sep 30, 2023
  • ବିଶେଷ

    ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14824
    Sep 30, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15230
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15544
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14266
    Apr 03, 2021

ବିଶେଷ

  • ଭୋକରେ ଆତୁର ‌ହୋଇ ମେଣ୍ଢାପଲ ଖାଇଗଲେ ୧୦୦କିଲୋ ଗଞ୍ଜେଇ ଗଛ

    14824
    Sep 30, 2023
  • ଆବଶ୍ୟକରୁ ଅଧିକ ମାଛ ଖାଇବା ତ୍ୱଚା ପାଇଁ ବିପଜ୍ଜନକ

    15097
    Sep 30, 2023
  • ମଣିଷକୁ ରୋଗମୁକ୍ତ କରାଏ ଧନିଆ ପତ୍ର

    14437
    Sep 29, 2023
  • ଉଧାର ଆଣନ୍ତୁନି ଏହି ଜିନିଷ, ହୋଇଥାଏ ଅଶୁଭ

    15444
    Sep 29, 2023
  • ସ୍କିନ୍ ଏଜିଙ୍ଗକୁ ନିୟନ୍ତ୍ରଣ କରିଥାଏ କାକୁଡି

    14645
    Sep 28, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15004
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14329
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15773
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14143
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୀପକ ବୋହରାଙ୍କ ଦାବି, ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଭରି ରହିଥିଲା କୋକେନ

    13788
    Sep 30, 2023
  • ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ

    13515
    Sep 29, 2023
  • ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ

    13649
    Sep 29, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In