ସେ ବି ମା’...ଛୁଆ ପାଇଁ ନିଜକୁ ବଳି ଦେଇଦେଲା ହରିଣ
ସେ ମା’ ପରା । ପଶୁ ହେଲେ ବି ଛୁଆର କିଛି ହୋଇଗଲେ କେମିତି ସମ୍ଭାଳିବ । ନିଜେ ମରିଯିବ ପଛେ ଛୁଆକୁ ଆଞ୍ଚ ଟିକେ ଦେବନି । ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆଖିରେ ଲୁହ ଜକେଇଯିବ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ମାତ୍ର ୨୮ ସେକେଣ୍ଡର ଭିଡିଓ ଲଖାଇ ଦେଉଛି ସମସ୍ତଙ୍କ ଆଖିକୁ ।
ଗୋଟିଏ ନଦୀ ପାର୍ ହେଉଛି ଛୁଆ ହରିଣ । ଅନ୍ୟପଟୁ ତାକୁ ଶିକାର କରିକୁ ଦ୍ରୁତ ଗତିରେ ଚାଲିଆସୁଛି ଏକ ବଡ଼ କୁମ୍ଭୀର । ଏ ସବୁକୁ ଦେଖି ମା’ ମନ କେମିତି ବା ଅଟକିବ । ସେଥିପାଇଁ ମୃତ୍ୟୁ ଆଗରେ ଢ଼ାଲ ହୋଇ ତାର ପିଲାକୁ ସୁରକ୍ଷା ଦେଇଛି । ମା’ ହରିଣଟିକୁ କୁମ୍ଭୀରଟି ମାରିଦେବା ପରେ ଛୁଆ ହରିଣ ସିନା କୂଳକୁ ଚାଲିଆସିଛି । ହେଲେ କୂଳରେ ଥାଇ ନିରୀହ ଆଖିରେ ଚାହିଁ ରହିଛି ତାର ମା’କୁ । ଏହି ଭିଡିଓଟି ଭାଇରାଲ ହୋଇଛି ।
Powered by Froala Editor