ଦେଶରେ କମୁଛି ସଂକ୍ରମଣ: ୯୭୫ ସଂକ୍ରମିତ ଚିହ୍ନଟ,୪ ମୃତ
ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୯୭୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଦେଶରେ ୭୯୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଏହାସହ ୪ ଜଣଙ୍କର ଜୀବନ ନେଇଛି ମହାମାରୀ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ସମୁଦାୟ ସକ୍ରିୟ ମାମଲା ୧୧,୩୬୬କୁ ବୃଦ୍ଧି ପାଇଛି । ଏଯାବତ ଭାରତରେ ମୋଟ ୪,୨୫,୦୭,୮୩୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ ସମୁଦାୟ ୧,୮୬,୩୮,୩୧,୭୨୩ ଡୋଜ୍ ଟୀକାକରଣ କରାଯାଇଛି ।
Powered by Froala Editor