ଲଜ୍ଜା, ଘୃଣ୍ୟ : ଗୋଧିକୁ ଗଣଦୁଷ୍କର୍ମ, ୪ ଗିରଫ
ଅମାନୁଷିକ, ଲଜ୍ଜା, ଘୃଣ୍ୟ । ଯାହାବି କହିବେ କମ୍ ପଡ଼ିବ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିବାକୁ ବି ଖରାପ ଲାଗିବ । ୪ ଜଣ ବ୍ୟକ୍ତି ଏକ ଗୋଧି(ବେଙ୍ଗଲ ମନିଟର ଲିଜାର୍ଡ)କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ସନ୍ଦୀପ ତୁକାରାମ, ପାୱାର ମଙ୍ଗେଶ, ଜନାର୍ଦନ କାମଟେକର ଓ ଅକ୍ଷୟ ସୁନୀଲ। ଏମାନଙ୍କର ଫୋନ୍ ଯାଞ୍ଚ କରିବା ପରେ ଏଭଳି କଳାକାରନାମା ବିଷୟରେ ଜଣାପଡ଼ିଥିଲା। କାରଣ ଅଭିଯୁକ୍ତମାନେ ଘଟଣାକୁ ଭିଡିଓ ରେକର୍ଡ କରି ରଖିଥିଲେ। ଅଭିଯୁକ୍ତମାନେ ଉକ୍ତ ଗୋଧି ସହିତ ଗଣଦୁଷ୍କର୍ମ କରୁଥିବାର ଦୃଶ୍ୟ ଜଣକ ମୋବାଇଲ୍ ଫୋନ୍ରେ ରେକର୍ଡିଙ୍ଗ୍ ହୋଇଥିବା ଭିଡିଓରେ ବନ ବିଭାଗ କର୍ମଚାରୀମାନେ ଦେଖିଥିଲେ।
ପୁଲିସର ସୂଚନା ଅନୁସାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପେଶାରେ ଶିକାରୀ। ଏମାନେ ସମସ୍ତେ ଚାଲାଖି କରି ମହାରାଷ୍ଟ୍ରର ଗୋଠାଣେ ଗାଭା ଅଞ୍ଚଳର ସହୟାଦ୍ରୀ ଟାଇଗର ରିଜର୍ଭରେ ଟୁରିଷ୍ଟ ଭାବରେ ପ୍ରବେଶ କରିଥିଲେ। ବନ ଅଧିକାରୀମାନେ ସିସିଟିଭି ଫୁଟେଜ୍କୁ ଆଧାର କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିଲେ। ବନ ଅଧିକାରୀମାନଙ୍କ କହିବା କଥା ହେଲା ଏହି ୩ ଅଭିଯୁକ୍ତ କୋଙ୍କୋଣରୁ କୋହ୍ଲାପୁର ଚାନ୍ଦୋଲୀ ଗାଁକୁ ଶିକାର ପାଇଁ ଆସିଥିଲେ।
ସୂଚନା ଥାଉକି, ବେଙ୍ଗଲ ମନିଟର ଲିଡାର୍ଜ(ଗୋଧି) ବନ୍ୟଜୀବ ସଂରକ୍ଷଣ ଆଇନ୍ ୧୯୭୨ ଅଧିନରେ ଆସୁଛି। ତେଣୁ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ୭ ବର୍ଷର ଜେଲ୍ ଦଣ୍ଡ ହୋଇପାରେ।
Powered by Froala Editor