ବ୍ୟାଙ୍କ୍ ଲକରରୁ ୫୦ ଲକ୍ଷର ଗହଣା ଗାଏବ
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆଙ୍କ ଲକରରୁ ପୁଣି ଥରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଉ ଏକ ଲକରରୁ ୫୦ ଲକ୍ଷ ଟଙ୍କାର ଗହଣା ସମେତ ଅନ୍ୟ ସାମଗ୍ରୀ ଗାଏବ ହୋଇଯାଇଛି । ଏ ବାବଦେ ଲକର ମାଲିକ ବ୍ୟାଙ୍କ ମ୍ୟାନେଜରଙ୍କ ପରାମର୍ଶରେ ପୋଲିସ ଏତଲା ରୁଜୁ କରିଛନ୍ତି।
ସେଣ୍ଟ୍ରାଲ ବ୍ୟାଙ୍କ ଲକରରୁ ସାମଗ୍ରୀ ଗାଏବ ଘଟଣା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ଲକର ମାଲିକ ଅମିତା ଗୁପ୍ତାଙ୍କୁ ଡକାଇ ଯାଞ୍ଚ କରାଯାଉଛି। କାନପୁର କରାଚୀ ଖାନା ଶାଖାରେ ଲକରର ରଖିଥିବା ଅମିତା ଗୁପ୍ତା ତାଙ୍କ ଲକର ଯାଞ୍ଚ କରିବା ବେଳେ ସେଥିରେ ସେ ରଖିଥିବା ସୁନଗହଣା ଓ ଅନ୍ୟ ସାମଗ୍ରୀ ନଥିବା ଦେଖା ଯାଇଛି। ନିକଟରେ ଅମିତା ତାଙ୍କ ଲକର ଚେକ କରି ଯାଇଥିଲେ। ସେଥିରେ ଥିବା ସମସ୍ତ ସାମଗ୍ରୀ ଯଥା ସୁନା ଗହଣା, କିଛି ଡଲାର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠିକଠାକ୍ ଥିବା ଦେଖିଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଫୋନ କଲ ପାଇ ସେ ଲକର ଯାଞ୍ଚ ପାଇଁ ଆସିଥିବା ବେଳେ ସେଥିରୁ ସବୁ ଗାଏବ ଥିବା ଦେଖା ଯାଇଛି।
ଅମିତା ଗୁପ୍ତା ୨୦୧୫ ମସିହାରୁ ବ୍ୟାଙ୍କରେ ତାଙ୍କର ଲକର ଅପରେଟ କରୁଛନ୍ତି। ଲକରରେ ଅମିତା ରଖିଥିବା ସୁନା ଗହଣାର ରସିଦ ସେ ତାଙ୍କ ପାଖରେ ରଖିଛନ୍ତି। ରସିଦରେ ଥିବା ସୁନାଗହଣାର ମୂଲ୍ୟ କ୍ରୟ ବେଳେ ୨୨ ଲକ୍ଷ ଟଙ୍କା ଥିଲା ଯାହାର ଏବେକା ଆନୁମାନିକ ମୂଲ୍ୟ ୫୦ରୁ ୫୫ ଲକ୍ଷ ଟଙ୍କା ହୋଇପାରେ ବୋଲି ଆକଳନ କରାଯାଉଛି। ଏହା ଛଡା ସେ ଲକରରେ ୫୦୦ ଡଲାର ମଧ୍ୟ ରଖିଥିଲେ ସ୍ୱର୍ଣ୍ଣଳଙ୍କାର ସହ ତାହା ମଧ୍ୟ ଗାଏବ ହୋଇଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଏବେ ଗ୍ରାହକଙ୍କୁ ଫୋନ କରି ସେମାନଙ୍କ ଲକର ଯାଞ୍ଚ କରିବାକୁ କହୁଛନ୍ତି।
Powered by Froala Editor