ମୋବାଇଲକୁ ନେଇ ବଚସା, ହତ୍ୟାକାଣ୍ଡ : ଜଣେ ଗିରଫ
ମୋବାଇଲକୁ ନେଇ ବଚଶା ହେବା ପରେ ଜଣେ ଅନ୍ୟ ଜଣକୁ ଇଟା ଖଣ୍ଡ ସାହାଯ୍ୟରେ ମୁଣ୍ଡରେ ପିଟି ହତ୍ୟା କରିଛି । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ପାରୁଆ ପଞ୍ଚାୟତର ଛତାବେଡା (ଆଦିବାସୀ) ଗ୍ରାମରେ। ଉକ୍ତ ଗ୍ରାମର ସୁକୁଲାଲ୍ ରାଉତ (୪୮)ଙ୍କୁ ସେହି ଗ୍ରାମର ୩୨ ବର୍ଷୀୟ ଘନଶ୍ୟାମ ମାଝୀ ଏକ ଇଟା ଖଣ୍ଡ ସାହାଯ୍ୟରେ ମୁଣ୍ଡରେ ପିଟିବା ଫଳରେ ସୁକୁଲାଲ୍ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅପରପକ୍ଷରେ ରାଇଘର ପୁଲିସ ଘନଶ୍ୟାମ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ସୁକୁଲାଲ୍ ଓ ଘନଶ୍ୟାମ ଗତ ୭ ତାରିଖ ରାତିରେ ଏକାଠି ବସି ମଦ ପିଇଥିଲେ। ନିଶାରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ମୋବାଇଲ୍କୁ ନେଇ ବଚସା ହୋଇଥିଲା। ଘନଶ୍ୟାମ ଅଭିଯୋଗ କରିଥିଲେ ଯେ ସୁକୁଲାଲ୍ ଙ୍କ ପାଖରେ ତାଙ୍କ ମୋବାଇଲ ଅଛି। କିନ୍ତୁ ସୁକୁଲାଲ୍ ଏହାକୁ ଖଣ୍ଡନ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବଚସା ମାରପିଟର ରୂପ ନେଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଘନଶ୍ୟାମ ନିକଟରେ ପଡ଼ିଥିବା ଏକ ଇଟାରେ ସୁକୁଲାଲ୍ ଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ସୁକୁଲାଲ୍ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ି ଯାଇଥିଲେ। ତାପରେ ବି ସୁକୁଲାଲ୍ ଚିକିତ୍ସା ନହୋଇ ଘରେ ଚୁପ୍ ହୋଇ ଯାଇଥିଲେ। ଘଟଣାର ଦିନକ ପରେ ଅର୍ଥାତ ଶନିବାର ସନ୍ଧ୍ୟା ସମୟରେ ସୁକୁଲାଲ୍ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଜାଣିବା ପରେ ରାଇଘର ଥାନାରେ ଲିଖିତ ଜଣାଇଥିଲେ।
ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ସହ ଏକ ଟିମ୍ ରବିବାର ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟପଟେ ଅଭିଯୁକ୍ତ ଘନଶ୍ୟାମକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor