କଦଳୀ ଗଛର ଗୁରୁତ୍ୱପୂର୍ଣ୍ଣ ଭୂମିକା
କଦଳୀ ଗଛର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଶୁଭର ପ୍ରତୀକ ବୋଲି ମନାଯାଏ । ସେଥିପାଇଁ ଶୁଭ ଓ ମାଙ୍ଗଳିକ କାମ ଯଥା ବିବାହ,ବ୍ରତ ଆଦିରେ ଏହା ପ୍ରଥମେ ଦରକାର ହୋଇଥାଏ । କଦଳୀ ପତ୍ରକୁ ସୁବର୍ଣ୍ଣର ଥାଳି ସହ ସମାନ କରାଯାଇଛି । ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର କଦଳୀ ପତ୍ର ପ୍ରସାଦ ଭାରି ପ୍ରିୟ । କଦଳୀ ପତ୍ରରେ ଭୋଜନ କଲେ ପେଟ, ମନ ଉଭୟ ଶାନ୍ତି ହୋଇଯାଏ ବୋଲି ଲୋକଙ୍କ ମତ ରହିଛି । ଧାର୍ମିକ ତତ୍ୱ ଅନୁଯାୟୀ କୁହାଯାଏ କଦଳୀ ଗଛରେ ପ୍ରଭୁ ବିଷ୍ଣୁ ଓ ମା ଲକ୍ଷ୍ମୀ ବାସ କରନ୍ତି । ସେଥିପାଇଁ ଶୁଭ କାର୍ଯ୍ୟରେ ଘରର ମୁଖ୍ୟ ଦ୍ୱାରରେ କଦଳୀ ଗଛ ପୋତାଯାଏ । ଏହା ଘରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । କଦଳୀ ଗଛକୁ ନେଇ ଯେପରି ଧାର୍ମିକ ଭାବନା ରହିଛି ସେହିପରି ବୈଜ୍ଞାନିକ ତତ୍ୱ୍ୱ ମଧ୍ୟ ରହିଛି । ବୈଜ୍ଞାନିକ ମହତ୍ୱ ଅନୁଯାୟୀ କଦଳୀରେ ମୁଖ୍ୟତଃ ଭିଟାମିନ୍ ଏ, ସି ଓ ଖଣିଜ ତ୍ତ୍ୱ ରହିଛି । ଏଥିରେ ପ୍ରାୟ ୬୪.୩ ପ୍ରତିଶତ ଜଳ, ୧,୩ ପ୍ରତିଶତ ପ୍ରୋଟିନ, ୨୪.୭ ପ୍ରତିଶତ କାର୍ବୋହାଇଡ୍ରେଟ୍ ଓ ୮.୩ ପ୍ରତିଶତ ଚିକ୍କଣ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି କଦଳୀ ଗଛ ଘରର ମୁଖ୍ୟ ଦ୍ୱାରରେ ତଥା ବଗିଚାରେ ରହିଲେ ପରିବାରରେ ପିଲାମାନେ ସର୍ବଦା ସୁଖୀ ଓ ଦୁଃଖ କଷ୍ଟରୁ ଦୂରେଇ ରୁହନ୍ତି ବୋଲି ବିଶ୍ୱାସ ରହିଛି । ଏହା ସହିତ ବୃହସ୍ପତିଙ୍କ ବିଶେଷ କୃପା ଲାଭ ହୋଇଥାଏ, ଯାହା ଫଳରେ ବୈବାହିକ ଜୀବନରେ ସମସ୍ୟା ଦୂର ହୋଇଥାଏ । ଏହି ଗଛ ରହିବା ଦ୍ୱାରା ଅବିବାହିତ କନ୍ୟା ମାନଙ୍କର ଶୀଘ୍ର ବିବାହ ହୋଇଥାଏ । ଏହା ପରିବେଶକୁ ଶାନ୍ତ ରଖିଥାଏ । ନକରାତ୍ମକ ଶକ୍ତି ଠାରୁ ଦୂରେଇ ରଖିବା ସହିତ ଉଚ୍ଚ ଶିକ୍ଷା ଓ ଜ୍ଞାନ ପ୍ରାପ୍ତି ପାଇଁ ଏହି ବୃକ୍ଷ ସହାୟକ ହୋଇଥଏ ।
Powered by Froala Editor