ଚୀନ୍ ହ୍ୟାକର୍ସଙ୍କ ନଜରରେ ଲଦାଖ ନିକଟ ପାୱାର ଗ୍ରୀଡ୍
ଲଦାଖ ନିକଟରେ ଥିବା ଭାରତୀୟ ବିଜୁଳିଶକ୍ତି ବଣ୍ଟନ କେନ୍ଦ୍ରଗୁଡ଼ିକ ଉପରେ ଚୀନ୍ ସରକାର ପ୍ରାୟୋଜିତ ହ୍ୟାକ୍ର୍ମାନେ ଆକ୍ରମଣ କରିଥିବା କଥା ଘରୋଇ ଗୁଇନ୍ଦା ସଂସ୍ଥା ‘Recorded Future’ ରେ ଦାବି କରାଯାଇଛି।
ଏଥିରେ କୁହାଯାଇଛି ଯେ, କିଛି ମାସ ତଳେ ଅତି କମରେ ସାତୋଟି ଇଣ୍ଡିଆନ୍ ଷ୍ଟେଟ୍ ଲୋଡ୍ ଡେସପ୍ୟାଚ୍ ସେଣ୍ଟର୍ (SLDCs)ର ସମ୍ଭାବ୍ୟ ନେଟୱାର୍କକୁ ଟାର୍ଗେଟ କରି ହ୍ୟାକର୍ସମାନେ ପ୍ରବେଶ କରିଛନ୍ତି । ଗ୍ରୀଡ୍ କଣ୍ଟ୍ରୋଲ୍ ଓ ବିଜୁଳି ବିତରଣର ରିଅଲ୍ ଟାଇମ୍ ଅପରେସନ୍ ପାଇଁ କେନ୍ଦ୍ର ଗୁଡ଼ିକ କାର୍ଯ୍ୟ କରନ୍ତି। ପାୱାର ଗ୍ରୀଡ ବ୍ୟତୀତ ଜାତୀୟ ଜରୁରୀ କାଳିନ ବ୍ୟବସ୍ଥା ଓ ଭାରତର ସବସିଡରେ ପରିଚାଳିତ ଗୋଟିଏ ମଲ୍ଟିନ୍ୟାଶନାଲ ଲଜିଷ୍ଟିକ୍ସ କମ୍ପାନୀକୁ ମଧ୍ୟ ସମାନ ହ୍ୟାକର୍ସ ଗ୍ରୁପ୍ ଟାର୍ଗେଟ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ Recorded Future ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଭାରତ ସରକାରଙ୍କୁ ଅବଗତ କରାଇ ସାରିଥିବା ସୂଚନା ଦେଇଛି।
‘ଟିଏଜି-୩୮’ ନାମକ ଉକ୍ତ ହ୍ୟାକିଙ୍ଗ୍ ଗ୍ରୁପ୍ ‘ସ୍ୟାଡୋ ପ୍ୟାଡ୍’ ନାମରେ ‘ସଫ୍ଟୱେର୍’ ବ୍ୟବହାର କରୁଛି। କିନ୍ତୁ, ଏହାଦ୍ବାରା କେଉଁମାନେ ପ୍ରଭାବିତ ହୋଇଛନ୍ତି ‘Recorded Future’ ସ୍ପଷ୍ଟ କରିନାହିଁ। ପୂର୍ବରୁ ଏହି ସଫ୍ଟ୍ୱେର୍ ଦ୍ବାରା ଉତ୍ତର କୋରିଆ ଏବଂ ତାଇୱାନ୍ରେ ହ୍ୟାକିଙ୍ଗ୍ କରାଯାଉଥିଲା।
Powered by Froala Editor