ଏହି ୟୁଟ୍ୟୁବ ଚାନେଲ ବନ୍ଦ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ଦେଶବିରୋଧୀ ଖବର ଏବଂ ମିଥ୍ୟା ଖବର ପ୍ରଚାର ପ୍ରସାର କରୁଥିବା କେତେକ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି । ଏଥିମଧ୍ୟରୁ ୧୮ଟି ଭାରତୀୟ ଚ୍ୟାନେଲ ହୋଇଥିବାବେଳେ ୪ଟି ହେଉଛି ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ।
ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ହେଉଛି ଏଓପି ନ୍ୟୁଜ, ଏଲଡ଼ିସି ନ୍ୟୁଜ, ସରକାରୀବାବୁ, ଏଏସଜୋନ ହିନ୍ଦୀ, ସ୍ମାର୍ଟ ନ୍ୟୁଜ, ନ୍ୟୁଜ୨୩ହିନ୍ଦୀ, ଅନଲାଇନ ଖବର, ଡିପି ନ୍ୟୁଜ, ପିକେବି ନ୍ୟୁଜ, କିସାନତକ, ବୋରନା ନ୍ୟୁଜ, ସରକାରୀ ନ୍ୟୁଜ ଅପଡେଟ, ଭାରତ ମୌସୁମ, ଆରଜେ ଜୋନ ୬, ଏକଜାମ ରିପୋର୍ଟ, ଡିଗି ଗୁରୁକୂଳ ଓ ଦିନଭରକି ଖବର । ସେହିପରି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଦୁନିଆମେରିଆଗେ, ଘୁଲାମ ନବୀମଦନି, ହକିକତ ଟିଭି ଓ ହକିକତ ଟିଭି୨.୦କୁ ବ୍ୟାନ କରିଦିଆଯାଇଛି ।
ଏତଦବ୍ୟତୀତ ୩ଟି ଟ୍ୱିଟର ଆକାଉଂଟ, ଗୋଟିଏ ଫେସବୁକ ଆକାଉଂଟ ଓ ଗୋଟିଏ ନ୍ୟୁଜ ୱେବସାଇଟ ମଧ୍ୟ ନିଷିଦ୍ଧ କରାଯାଇଛି । ଏହି ଚ୍ୟାନେଲଗୁଡ଼ିକର ଭିଉଜ ସଂଖ୍ୟା ୨୬୦ କୋଟିରୁ ଅଧିକ ରହିଛି । ଏମାନେ ମିଥ୍ୟା ଖବରମାନ ପ୍ରସାର କରି ଲୋକମାନଙ୍କୁ ବିଭ୍ରାନ୍ତ କରି ଆସୁଥିଲେ । ଭାରତୀୟ ସେନାବାହିନୀ, ଜାମ୍ମୁକାଶ୍ମୀର ଏବଂ ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ଦେଶ ବିରୋଧୀ ଖବର ପୋଷ୍ଟ କରୁଥିଲେ ।
Powered by Froala Editor