ଅନୁରାଗ ଜୈନ୍ ନୀତି ଆୟୋଗର ନୂତନ ସିଇଓ
ବରିଷ୍ଠ ଆଇଏଏସ୍ ଅଫିସର ଅନୁରାଗ ଜୈନ୍ ନୀତି ଆୟୋଗର ନୂଆ ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ତାଙ୍କୁ ୨ ବର୍ଷ ପାଇଁ ଏହି ଦାୟିତ୍ୱ ଦେଇଛନ୍ତି। କ୍ୟାବିନେଟ୍ର ନିଯୁକ୍ତି କମିଟି (ACC) ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।
୧୧ ଅଗଷ୍ଟ, ୧୯୬୫ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜନ୍ମଗ୍ରହଣ କରିଥିବା ଅନୁରାଗ ଜୈନ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି.ଟେକ୍ କରିଛନ୍ତି। ପରେ ସେ ଲୋକ ପ୍ରଶାସନରେ ଏମ୍ଏ ଏବଂ ଆମେରିକାର ସିରାକ୍ୟୁଜ୍ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତାଙ୍କୁ ୧୯୮୯ ମସିହାରେ IAS ଅଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା। ଏବେ, ୧୯୮୯ ବ୍ୟାଚ୍ ମଧ୍ୟପ୍ରଦେଶ କ୍ୟାଡରର IAS ଅଧିକାରୀ ଅନୁରାଗ ଜୈନ ନୀତି ଆୟୋଗର ସିଇଓ ଭାବରେ କାର୍ଯ୍ୟ କରିବେ।
ଅନୁରାଗ ଜୈନ୍ଙ୍କ ପାଖରେ ପାଖାପାଖି ୪୦ ବର୍ଷର ପ୍ରଶାସନିକ ଅଭିଜ୍ଞତା ରହିଛି। ସେ କେନ୍ଦ୍ର ଓ ମଧ୍ୟପ୍ରଦେଶ ସରକାରଙ୍କ ଅଧୀନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଭିତ୍ତିଭୂମି ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ସୁଶାସନ କ୍ଷେତ୍ରରେ ସେ ଅନେକ ପଦକ୍ଷେପ ନେଇଛନ୍ତି।
ନୀତି ଆୟୋଗରେ ସେ ଦେଶରେ ସହଯୋଗୀ ଓ ପ୍ରତିଯୋଗିତାମୂଳକ ଫେଡେରାଲିଜିମ୍କୁ ସେ ଆଗକୁ ନେବେ। ତଥ୍ୟ ଓ ପ୍ରମାଣ ଆଧାରରେ ନୂଆ ନୀତି ନିର୍ଦ୍ଧାରଣ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ର ପୂର୍ବତନ ଯୁଗ୍ମ ସଚିବ ଜୈନଙ୍କୁ ସମ୍ପ୍ରତି ମଧ୍ୟପ୍ରଦେଶର ମୁଖ୍ୟ ସଚିବ ଭାବରେ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।
Powered by Froala Editor