ବାଇକକୁ ପିଟିଲା ଭ୍ୟାନ, ବାପା ଓ ୨ ଝିଅ ମୃତ

ଭୁବନେଶ୍ୱର : ଗାଙ୍ଗପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଯାଇଛି । ବାଇକରେ ଯାଉଥିବାବେଳେ ଭ୍ୟାନ ପିଟିବାରୁ ବାପା ଓ ୨ ଝିଅ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ ନାତି ଏବେ ମେଡ଼ିକାଲରେ ଜୀବନମରଣ ସହ ଲଢ଼ୁଥିବା ଜଣାପଡ଼ିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗାଙ୍ଗପୁର ଥାନା ଇନ୍ଦନପୁରରେ ଏହି ଦୁର୍ଘଟଣା ଘଟିଛି । ଏକ ବାଇକରେ ବାପା, ୨ ଝିଅ ଓ ନାତି ଯାଉଥିବାବେଳେ ଗୋଟେ ଭ୍ୟାନ ଜୋରରେ ଧକ୍କା ଦେଇଥିଲା । ବାଇକରେ ସେମାନେ ମୁନିଗାଡ଼ିରୁ ଗାଙ୍ଗପୁର ଯାଉଥିଲେ । ଭ୍ୟାନଟି ଜୋରରେ ଧକ୍କା ଦେବାରୁ ସମସ୍ତେ ଛିଟିକି ପଡ଼ିଯାଇଥିଲେ । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କଲାବେଳକୁ ଘଟଣା ସ୍ଥଳରେ ହିଁ ବାପା ଓ ୨ ଝିଅଙ୍କର ମୃତ୍ୟୁ ଘଟି ଯାଇଥିଲା । ତେବେ ଗୁରୁତର ଆହତ ଅବସ୍ଥାରେ ନାତି ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବାବେଳେ ତାଙ୍କୁ ଏମକେସିଜି ହସପିଟାଲରେ ଭର୍ତି କରାଯାଇଛି । ଏବେ ସେ ଆଇସିୟୂରେ ଥିବା ଜାଣିବାକୁ ମିଳିଛି । ଦୁର୍ଘଟଣାସ୍ଥଳରେ ଶହ ଶହ ଲୋକ ଗଦା ହେବାରୁ ଉତେଜନା ପ୍ରକାଶ ପାଇଥିଲା । ଲୋକମାନେ ରାସ୍ତା ଅବରୋଧ କରିଥିବାବେଳେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି ।
Powered by Froala Editor