ଦେଶରେ ଦିନକରେ ୧୦୯୬ ନୂଆ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ୍ । ଆଜି ଦୈନିକ ପଜିଟିଭ ମାମଲା ୧ ହଜାରକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୧,୦୯୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ସଂକ୍ରମଣ ଏତେମାତ୍ରାରେ କମିଥିଲେ ମଧ୍ୟ ଆଜି ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଓ ୧,୪୪୭ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମୋଟ ୧୩,୦୧୩ ଜଣ ସଂକ୍ରମିତ ରହିଛନ୍ତି । ଏଯାବତ୍ ଭାରତରେ ମୋଟ ୪,୨୪,୯୩,୭୭୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୧,୩୪୫ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଦେଶବ୍ୟାପୀ ସମୁଦାୟ ୧,୮୪,୬୬,୮୬,୨୬୦ କୋଟି ଡୋଜ୍ ଟୀକାକରଣ କରାଯାଇଛି ।
Powered by Froala Editor