କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଅଧିକ ବିପଜ୍ଜନକ
ନ୍ୟୁୟର୍କ: କରୋନା ଭୂତାଣୁର ନୂଆ ପ୍ରକରଣ ‘ଏକ୍ସଇ’ ଓମିକ୍ରନଠାରୁ ଅଧିକ ବିପଜ୍ଜନକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହୁ’ ଚେତାଇ ଦେଇଛି। ଏହି ପ୍ରକରଣ ସମ୍ପ୍ରତି ବ୍ରିଟେନ୍ରେ ଚିହ୍ନଟ ହୋଇଛି। ଏହା ଓମିକ୍ରନ୍ର ବିଏ-୧ ଓ ୨ ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ହୁ କହିଛି। ଏକ୍ସଇ ବିଏ-୧ ଓ ୨ରୁ ଏକପ୍ରକାର ମିଶ୍ରଣ ଏବଂ କରୋନାର ସମସ୍ତ ପ୍ରକରଣର ଲକ୍ଷଣ ଏଥିରେ ଦେଖାଯାଉଛି ବୋଲି ହୁ’ ରିପୋର୍ଟରେ କୁହାଯାଇଛି।
ବ୍ରିଟେନ୍ରେ ଜାନୁଆରୀ ୧୯ରେ ପ୍ରଥମେ ଚିହ୍ନଟ ଏହି ପ୍ରକରଣରେ ଅଦ୍ୟାବଧି ୬୩୭ଜଣ ସଂକ୍ରମିତ ବୋଲି ଜଣାପଡ଼ିଛି। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ଏ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟେନ ସ୍ୱାସ୍ଥ୍ୟରକ୍ଷା ଏଜେନ୍ସିର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ସୁସାନେ ହପକିନ୍ସ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହାର ସଂକ୍ରମଣ, ଗମ୍ଭୀରତା କିମ୍ବା ସେମାନଙ୍କ ବିରୋଧରେ କରୋନା ଟିକାର ପ୍ରଭାବ ଉପରେ ଅଧିକ ଗବେଷଣା ଚାଲିଛି। ଡେଲଟା ଓ ଓମିକ୍ରନ୍ର ମିଶ୍ରଣ ପ୍ରଜାତି ମନେ କରାଯାଉଥିବା ଅନ୍ୟ ଏକ ପ୍ରକରଣ ‘ଏକ୍ସଡି’ ଉପରେ ମଧ୍ୟ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି। ଏକ୍ସଡି ଫ୍ରାନ୍ସ, ଡେନମାର୍କରେ ଚିହ୍ନଟ ହୋଇଛି।
Powered by Froala Editor